Odiapua.com

ଜୀବନ ପାଇଁ ଦୁଇ ବୁନ୍ଦା, ବିଶ୍ୱ ପୋଲିଓ ଦିବସ ପାଳିତ

ବଲାଙ୍ଗୀର/ଟିଟିଲାଗଡ ୩୧-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଦେଶରେ ୩୧ ଜାନୁଆରୀକୁ ପୋଲିଓ ଦିବସ ରୁପେ ପାଳନ କରାଯାଉଥିବା ବେଳେ ଏହି କ୍ରମରେ ଟିଟିଲାଗଡରେ ଅନୁରୂପ ଭାବେ ପାଳିତ ହୋଇଯାଇଛି। ଦୁଇ ବୁନ୍ଦା ଜୀବନ ପାଇଁ ବିତରଣ କରାଯାଉଛି। ଭାରତ ପୋଲିଓ ମୁକ୍ତ ଅଟେ। କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ଦେଶରେ ପୋଲିଓ ଏବେ ବି ରହିଛି ଏବଂ ଏହା ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ଭାରତ ପୋଲିଓ ମୁକ୍ତ ହେବା ସ‌ତ୍ୱେ ପ୍ରତି ବର୍ଷ ଦୁଇଥର ପୋଲିଓ ବୁନ୍ଦା ପାଞ୍ଚ ବର୍ଷରୁ କମ ଶିଶୁକୁ ବାଧ୍ୟତାମୂଳକ ଭାବେ ଦିଆଯାଉଛି। ଏହା ସହ ଶିଶୁର ଜନ୍ମ ସମୟରେ ପୋଲିଓ ଟୀକା ଦିଆଯିବା ପରେ ପୋଲିଓ ବୁନ୍ଦା ଅନେକ ଥର ଦିଆଯାଇଥାଏ। ସରକାରଙ୍କ ତରଫରୁ ସମସ୍ତ ଦେଶବାସୀଙ୍କୁ ନିଜ ନିଜ ଶିଶୁ ପୂର୍ବରୁ ଯେତେ ଥର ଖାଇଥିଲେ ମଧ୍ୟ ବର୍ତ୍ତମାନ ମଧ୍ୟ ଖୁଆଇବା ପାଇଁ ଆହ୍ୱାନ କରାଯାଉଛି। ଆଜି ୩୧ ଜାନୁଆରୀ ପୋଲିଓ ଦିବସ ଅବସରରେ ଦେଶର ସମସ୍ତ ଗାଁ ଓ ସହରରେ ପୋଲିଓ ବୁନ୍ଦା ବିତରଣ କରାଯାଉଛି। ଟିଟିଲାଗଡର ବିଭିନ୍ନ ବିଦ୍ୟାଳୟରେ ପୋଲିଓ ବୁନ୍ଦା ବିତରଣ କରାଯାଉଛି। ଏଥିରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ସହାୟତା କରିଛନ୍ତି।