ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଚତୁର୍ଭୁଜପୁର ଠାରେ ଜୀବନ ଜ୍ୟୋତି କ୍ରିକେଟ ଟୁର୍ଣ୍ଣାମେଂଟ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ରେ ଜଗନ୍ନାଥ ପ୍ରସାଦ ଓ ସୋଲାପାରି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ତିନି ମ୍ୟାଚ୍ ବିଶିଷ୍ଟ ଫାଇନାଲ ଜଗନ୍ନାଥ ପ୍ରସାଦ ଦୁଇ ଥର ଜିତି ଚମ୍ପିୟାନ ହୋଇଥିଲେ। ନିର୍ନାୟକ ମ୍ୟାଚ୍ ଜଗନ୍ନାଥ ପ୍ରସାଦ ଟସ୍ ଜିତି ୫ ଓଭରରେ ୩ ଉଇକେଟ ହରାଇ ୮୭ ରନ୍ ସଂଗ୍ରହ କରିଥିଲେ। ଜବାବରେ ସୋଲାପାରି ନିର୍ଦ୍ଧାରିତ ଓଭରରେ ୪ ଉଇକେଟ ହରାଇ ୬୩ ରନ୍ ସଂଗ୍ରହ କରିଥିଲେ।ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବେ ବିଜୁ, ବେଷ୍ଟ ବୋଲର ହାପି, ବେଷ୍ଟ ସିକ୍ସର ଭାବେ ଚକା ଭାବେ ପୁରସ୍କୃତ ହୋଇଥିଲେ।ଖେଳ ଟିକୁ ବିକାଶ ପରିଡ଼ା ଓ ଉମାକାନ୍ତ ପରିଡ଼ା ପରିଚାଳନା କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଳଦା ପଂଚାୟତ ସରପଂଚ ପ୍ରତିନିଧି ଭାଗିରଥୀ ପରିଡ଼ା, ଯୁବନେତା ପ୍ରତ୍ୟୁଷ ସାମଲ, ଅଦ୍ୱୈତ ପରିଡ଼ା ଓ ସାମ୍ବାଦିକ ରାଜେନ୍ଦ୍ର ଶତପଥୀ ଯୋଗଦେଇ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅଖଣ୍ଡ, ବିଠୁଲୁ, ଆକାଶ, ରବି, ଆଲୋକ, ସିବୁ,କାଲୁ,ମାନସ,ପିଙ୍କୁନ, ଗୋପବନ୍ଧୁ ପ୍ରମୁଖ ପରିଚାଳନା କରିଥିଲେ।