Odiapua.com

ଜୀବନ ଜୀବିକା ପାଇଁ ପ୍ରାଣୀ ସମ୍ପଦର ବିକାଶ ଏକାନ୍ତ ଜରୁରୀ: କୃଷକ ବିକାଶ ସମବାୟ ସମିତି ଲିଃ ପକ୍ଷରୁ ଗୋ- ସମ୍ବର୍ଦ୍ଧନା ଓ କୃଷକ ସଚେତନତା ସମାବେଶ

ଭୁବନେଶ୍ୱର, ତା ୧୩/୮ (ଓଡ଼ିଆ ପୁଅ) – ପବିତ୍ର ଗହ୍ମା ମହୋତ୍ସବ ଅବସରରେ ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି ଲିଃ, ଆତ୍ମା, ଘଟଗାଁ, କେନ୍ଦୁଝର ଏବଂ ବାଲେଶ୍ୱରସ୍ଥିତ ଓଡ଼ିଶା ଫଲୋଅପର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲାର ପଣ୍ଡାପଡ଼ା ଟସର ସମବାୟ ସମିତି ପ୍ରାଙ୍ଗଣରେ ଗୋ-ସମ୍ବର୍ଦ୍ଧନା ଓ କୃଷକ ସଚେତନତା ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାରୋହରେ ସମିତିର ଅଧ୍ୟକ୍ଷ ତଥା ସମବାୟ ବିତ୍ ଶ୍ରୀ ଅମୀୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋ-ସମ୍ପଦର ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଜୀବନ ଓ ଜିବୀକା ପାଇଁ ପ୍ରାଣୀ ସମ୍ପଦର ବିକାଶ ଏକାନ୍ତ ଜରୁରୀ ବୋଲି ସମବେତ ଚାଷୀମାନଙ୍କୁ ଉଦବୋଧନ ଦେବା ସଙ୍ଗେ ସଙ୍ଗେ ରାଜ୍ୟରେ ଥିବା ଗୋଚର ଜମିର ସୁରକ୍ଷା, ଘାସ ଚାଷର ବ୍ୟାପକତା, ପ୍ରତ୍ୟେକ ଗୋ-ପାଳନ ହିତାଧିକାରୀଙ୍କ ପାଇଁ କାମଧେନୁ କୁଟୀର ଯୋଜନା କାର୍ଯ୍ୟକାରୀ, ଗୋ-ପାଳକମାନଙ୍କୁ ଏକ ପ୍ରତିଶତ ସୁଧରେ ଋଣ ପ୍ରଦାନ ଓ ଆବଶ୍ୟକ ପ୍ରୋତ୍ସାହନ, ଦୁଗ୍ଧ ଉତ୍ପାଦନକାରୀ ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଏବଂ ଦୁଗ୍ଧର ମୁଲ୍ୟଯୁକ୍ତ ବ୍ୟବସ୍ଥା କରାଯିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରାରମ୍ଭରୁ ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଡ. ଗଣେଷୀ ଲାଲ, କୃଷି ଓ କୃଷକ ଶସକ୍ତିକରଣ ତଥା ମତ୍ସ୍ୟ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କିସ୍‌, କିଟ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ, ଓଡ଼ିଶା ଫଲୋ ଅପ୍‌ର ନିର୍ଦ୍ଦେଶକ ବିଶପ୍ ଡ. ଡି.ବି. ହୃଦୟ, ହାଇଟେକ୍ ମେଡ଼ିକାଲ୍ କଲେଜ ଓ ଚିକିତ୍ସାଳୟର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ଚାଷୀମାନଙ୍କ ବିକାଶରେ ପ୍ରେରିତ ବାର୍ତ୍ତା ପଠନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ପଣ୍ଡାପଡ଼ା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସକ ଡ. ତ୍ରିନାଥ ମହାନ୍ତ, ସେଭ୍ ଇକୋ ପ୍ରା.ଲିଃର ଅଧ୍ୟକ୍ଷ ସତଦଳ ଦାସ, ବରିଷ୍ଠ ଅଧିକାରୀ ସୁନିଲ ମିନ୍ତ୍ରୀ, ସୁରଥ ଦାସ, ପରିଷଦର ନିର୍ଦ୍ଦେଶିକା ବିଦ୍ୟୁତ ଲତା ମହାନ୍ତ ଓ ଦେବକୀ ନାଏକ ଯୋଗଦେଇ ଗହ୍ମା ପର୍ବର ତାତ୍ପର୍ଯ୍ୟ ଓ ଜୈବିକ ସାରର ଉପଯୋଗୀତା ଉପରେ ଉଦବୋଧନ ଦେଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସସ୍କୃତି ବିଭାଗ ସୌଜନ୍ୟତାରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଗାୟକ ସାରସ୍ୱତ୍ୱ ନିରଞ୍ଜନ ମହାନ୍ତ ଓ ତାଙ୍କ ସାଥୀ ବୃନ୍ଦ ଗୋ-ସମ୍ପଦ ଉପରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଚିତାକର୍ଷକ ପାଲା ପରିବେଷଣ କରିଥିଲେ। ସମିତିର ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ବିକ୍ରମ ଚନ୍ଦ୍ର ଗଜେନ୍ଦ୍ର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।