Odiapua.com

ଜୀବନ ଜୀବିକା ଗଣ ପରିଷଦ ପକ୍ଷରୁ ବୃକ୍ଷରୋପଣ

ବାଲେଶ୍ୱର, ୧୨-୮(ଓଡ଼ିଆ ପୁଅ/ଅଭୟ ଦାସ): ଜୀବନ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜୀବନ ଜୀବିକା ଗଣ ପରିଷଦ ପକ୍ଷରୁ ଗତ କିଛିଦିନ ଧରି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ନିକଟ ଅତୀତରେ ସୋର ଓ ରେମୁଣା ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିବା ବେଳେ ସଦର ବ୍ଲକରେ ଗଛଲଗା ଚାଲିଛି। ଏହି ପରିପ୍ରେକ୍ଷୀରେ ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ସଂଗଠନ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା। ଜୀବନ ଜୀବିକା ଗଣ ପରିଷଦର ସମ୍ପାଦକ ପ୍ରବୋଧ ପରିଡ଼ାଙ୍କ ନେତୃତ୍ୱରେ ସଦସ୍ୟମାନେ ବନବିଭାଗର ପରାମର୍ଶ ଅନୁଯାୟୀ ଏହି ପଡ଼ିଆରେ ୩ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ କିସମର ଚାରା ରୋପଣ କରିଥିଲେ। ଗଛ ଲଗାଇବା ସହ ଗୋରୁଛେଳିଙ୍କଠାରୁ ସୁରକ୍ଷା ଦେବା ପାଇଁ ମଧ୍ୟ ବାଡ଼ ଘେରିଥିଲେ। ବନବିଭାଗଠାରୁ ଏହି ଚାରା ନେଇ ସେମାନେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରୁଥିବା ସଂଗଠନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ବି ଏହିଭଳି ବ୍ୟାପକ ବୃକ୍ଷରୋପଣ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟରେ ଜୀବନ ଜୀବିକା ଗଣ ପରିଷଦର କାର୍ଯ୍ୟାଳୟ ସମ୍ପାଦକଗୋବିନ୍ଦ ଚନ୍ଦ୍ର ବେହେରା, ସାଂସ୍କୃତି ସମ୍ପାଦକ ଗିରୀଶ ଚନ୍ଦ୍ର ଦଳେଇ, କୋଷାଧ୍ୟକ୍ଷ ବିଜୟ ମହାପାତ୍ର ସକ୍ରିୟ ସହଯୋଗ କରିଥିଲେ।