ନୟାଗଡ଼, ୨୨ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ରକ୍ତ ଭଣ୍ଡାରରେ ବୁଧବାର ବିଭିନ୍ନ ସ୍ୱେଚ୍ଛାସେବୀମାନେ ବିଜୁଜନତା ଦଳର ଜୀବନବିନ୍ଦୁ କାର୍ଯ୍ୟକ୍ରମର ୮ମ ଦିବସରେ ନୟାଗଡ଼ ରକ୍ତଭଣ୍ଡାରକୁ ୩୪ ୟୁନିଟ ରକ୍ତ ଦାନ କରିଛନ୍ତି। କେନ୍ଦୁଢିପି ପଂଚାୟତ ପକ୍ଷରୁ ୧୪ ୟୁନିଟ୍ ସଂଗ୍ରହ କରାଯାଇଥିବାବେଳେ ବିରୁଡ଼ା ପଂଚାୟତ ପକ୍ଷରୁ ୬ ୟୁନିଟ୍, ଇକିରି ପଂଚାୟତ ପକ୍ଷରୁ ୧୩ ୟୁନିଟ୍, ବାଉଁଶିଆପଡ଼ା ପଂଚାୟତ ପକ୍ଷରୁ ୧ ୟୁନିଟ୍ ଏମିତି ସମୁଦାୟ ୩୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ବିଜୁ ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଲକ ଡାଉନ ସମୟରେ ନୟାଗଡ଼ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବା ନୟାଗଡ଼ର ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଉପଲବ୍ଧି କରି ରକ୍ତ ସଂଗ୍ରହ ଉପରେ ଧ୍ୟାନ ଦେଇଥିବାବେଳେ ସେ ଆଜି ଜିଲା ମୁଖ୍ୟଚିକତ୍ସାଳୟକୁ ଆସି ସମୀକ୍ଷା କରିବା ସହିତ ସ୍ୱେଚ୍ଛାସେବୀମାନେ ସ୍ୱେଚ୍ଛାକୃତଭାବେ ନୟାଗଡ଼ ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରିବା ପାଇଁ ନିବେଦନ କରାଯାଇଛି। ଏହି ରକ୍ତଦାନ କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।