Odiapua.com

ଜୀବନକୁ ବାଜିଲଗାଇ ବିତ୍ୟୁତ କର୍ମଚାରୀ ନଦୀସ୍ରୋତ ପାରହୋଇ ଅନ୍ଧାରରେ ଥିବା ୨୦ଟି ଗ୍ରାମକୁ ଆଲୋକିତ କଲେ

ମାଲକାନଗିରି,୭ା୭ (ଓଡିଆ ପୁଅ ) ଗୋଟିଏ ପଟେ ମାହାମାରି କରୋନା ସଂକ୍ରମଣର ଆତଙ୍କ ଦେଖାଦେଇଥିବା ବେଳେ ଅନ୍ୟପଟେ ଗତ ଦୁଇଦିନ ଧରି ପ୍ରାୟ ୨୦ଟିରୁ ଉର୍ଦ୍ଦ ଗ୍ରାମ ଅନ୍ଧାରଭିତରେ ରହି ଗ୍ରାମବାସୀ ମାନେ ଅସୁବିଧାର ସମ୍ମୁଖିନ ହେଉଥିଲେ । ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲା ଏମଭି୭ ଫିଡର ଅନ୍ତର୍ଗତ ଏମଭି୧୬ ଗ୍ରାମନିକଟରେ ୧୧କେଭି ମୁଖ୍ୟ ବିଦ୍ୟୁତ ଲାଇନ ବ୍ରେକଡାଉନ ହୋଇ ଯାଇଥିଲା । ଏହି ଖବର ପାଇ ମାଲକାନଗିରି ସାଉଥ କୋ ବିଦ୍ୟୁତବିଭାଗ ଲାଇନମ୍ୟାନ ଶଙ୍କରପାତ୍ର,ଲାଇନମ୍ୟାନ ତ୍ରଲୋଚନ ସାହୁ ,ଲ୍ୟାଡରମ୍ୟାନ ଏମ.ମନମଦ ଓ ସୁକ୍ରାସିସା ଏମଭି୭ ଫିଡର ନିକଟରେ ପହଁଚି ବିଦ୍ୟୁତ କାହିଁକି କଟିଚି ତାହାର ତନଖି କରିଥିଲେ । ସେମାନେ ଜାଣିବାକୁ ପାଇଲେ ଏମଭି୭ ଗ୍ରାମ ନିକଟ ଠାରୁ ଏମଭି ୧୬ ଗ୍ରାମ ରାସ୍ତାରେ ଥିବା ୧୧କେଭି ମୁଖ୍ୟଲାଇନ ରେ ସଟଡାଉନ ହୋଇ ଯାଇଛି । ପ୍ରବଳ ବର୍ଷା ହେବା ସ୍ୱେତେ ବିଦ୍ୟୁତ କର୍ମଚାରି ମାନେ ସେଠାକୁ ଯାଇଥିଲେ । ବିଦ୍ୟୁତ ଲାଇନସଟଡାଉନ ହୋଇଥିବା ସ୍ଥାନରେ ତମସା ନଦୀର ଶାଖା ନାଳଟିରେ ପ୍ରବଳବେଗରେ ପାଣିସୁଅ ଚାଲିଥିଲା । ଏହି ବିଦ୍ୟୁତ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ କାନ୍ଧରେ ସିଡିପକାଇ ପାଣିସୁଅରେ ଚାଲି ଚାଲି ନଦୀପାର ହୋଇ ବିଦ୍ୟୁତ ସଟଡାଉନ ସଜାଡିଥିଲେ । ଏହା ସଜଡା ହୋଇ ଗଲାପରେ ଗତ ଦୁଇଦିନ ଧରି ଅନ୍ଧାରରେ ଥିବା ଦରିଗୁଡା, ଏମଭି୧୬. ଏମଭି୧୭,ଏମଭି୧୩,ଏମଭି୧୮,ଏମଭି୧୯,ଏମପିଭି୨, ଏମପିଭି୩, ଶିଖପାଲି,କୃଷୁଓ୍ୟାର୍ଡା, ଆଦି ୨୦ରୁ ଉର୍ଦ୍ଦଗ୍ରାମ ଆଲୋକିତ ହୋଇପାରିଛି ।ମହା ମାରି କରୋନା ସମୟରେ ନିଜ ଜୀବନକୁ ବାଜିଲଗାଇ ନଦୀସ୍ରୋତ ପାର ହୋଇ ବିଦ୍ୟୁତ ସଜାଡିଥିବାରୁ ଏହି ବିଦ୍ୟୁତ କର୍ମଚାରୀମାନଙ୍କୁ ଅନ୍ଧାରରେ ଥିବା ଗ୍ରାମବାସୀ ମାନେ ପ୍ରକୃତ କରୋନା ଯୋଦ୍ଧା ବୋଲି କହି ଧନ୍ୟବାଦ ଜଣାଇଛନ୍ତି ।