Odiapua.com

ଜୀଅନ୍ତା ମାଟିରେ ପୋତି ହତ୍ୟା ଉଦ୍ୟମ ଅଭିଯୋଗରେ ମୁରିବାହାଲ ଥାନାରେ ଗ୍ରାମବାସୀ

ବଲାଙ୍ଗୀର, ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନାରେ ରବିବାରଦିନ ସନ୍ଧ୍ୟା ସମୟରେ ପୂର୍ବ ଶତ୍ରୁତାକୁ ନେଇ ଜୀଅନ୍ତା ମାଟି ରେ ପୋତି ହତ୍ୟା ପାଇଁ ଉଦ୍ୱମ କରିଥିବା ପରି ଗୁରୁତର ଅଭିଯୋଗ ହେଇଛି। ପ୍ରକାଶ ଯେ, ମୁରିବାହାଲ ଥାନା ଅନ୍ତର୍ଗତ ହଦହଦା ଗ୍ରାମର ଚିନ୍ତା ମଲ୍ଲିକ(୪୦) ଙ୍କୁ ଆଜି ସନ୍ଧ୍ୟା ସମୟରେ ହଳ (ଗାଈ) ଚରାଇ ବାକୁ ଯାଇ ଫେରିବା ବେଳେ ଉକ୍ତ ଗ୍ରାମରେ ସ୍ଥାପିତ ହେଇଥିବା କ୍ରସର ମାଲିକ ଭୈରବ ମିଶ୍ର, ଲକେଶ ମିଶ୍ର ଓ ତାଙ୍କ ସହିତ ଆଉ ଅଚିହ୍ନା ୩ଜଣ ଲୋକ ମିଶି ଚିନ୍ତା ମଲ୍ଲିକ ଙ୍କୁ ମାଡ, ପିଟ କରି ଜୀଅନ୍ତା ମାଟି ରେ ପୋତି ମାରି ଦେବା ପାଇଁ ଉଦ୍ୟମ କରୁଥିବା ବେଳେ କୌଶଳେ କ୍ରମେ କୌଣସି ପ୍ରକାର ରେ ଉକ୍ତ ଘଟଣା ସ୍ଥଳରୁ ଖସି ପଳାଇ ଥିଲେ, ଏ ନେଇ ଗ୍ରାମ ବାସୀଙ୍କୁ ଜଣାଇ ଥିଲେ। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମୁରିବାହାଲ ଥାନାରେ ସହସ୍ରାଧିକ ଲୋକେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ବେଳେ ଆହତ ଚିନ୍ତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି। ଏ ନେଇ ମୁରିବାହାଲ ଥାନା ଅଧିକାରୀ ଅଧିକ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକାଶ କରିଛନ୍ତି।