Odiapua.com

ଜିଲ୍ଳା ବିଜେଡ଼ି ଦଳ ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ପ୍ରଦୀପ ମଲ୍ଲିକ, ମୃତ ପରିବାରକୁ ଭେଟି ସମବେଦନା ଜଣାଇଲେ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଏନ୍‌ଏସି ଅନ୍ତର୍ଗତ ଶ୍ୟାମପୁର ଗ୍ରାମର ବିଜୁ ଜନତାଦଳର ଦୀର୍ଘଦିନର ଦୃଢ ସମର୍ଥକ ଓ ପରୋପକାରୀ, ମିଷ୍ଠଭାଷୀ, ଅନୁଷ୍ଠାନପ୍ରେମୀ ସ୍ୱର୍ଗତ ଯଦୁନାଥ ମହାପାତ୍ରଙ୍କ ୯୫ବର୍ଷ ବୟସରେ ଗତକାଲି ପରଲୋକ ଘଟିଛି । ସ୍ୱର୍ଗତ ମହାପାତ୍ରଙ୍କ ଅନ୍ତିମ ସମୟରେ ଦୁଇପୁତ୍ର, ପୁତ୍ରବଧୂ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପ୍ରସାରିତ ହେବାମାତ୍ରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବରପାଇ ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ ତଥା ବରିଷ୍ଠ ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ବିଜୁ ଜନତାଦଳର ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ସ୍ଥାନୀୟ ଅଂଚଳର ସମାଜସେବୀ ତଥା ବିଜେଡ଼ି ଦଳର ଦୃଢ ସଂଗଠକ ଲମ୍ବୋଦର ଜେନା, ସେକ୍ ଜାଫର ଅଲ୍ଲୀ ପ୍ରମୁଖ ତାଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତନା ପ୍ରଦାନ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସ୍ୱର୍ଗତ ମହାପାତ୍ରଙ୍କ ନିଧିନଖବର ପାଇ ବିଭିନ୍ନ ଦଳର ନେତା, ସଂଗଠକ, ସାମ୍ବାଦିକ, ସ୍ଥାନୀୟ ବଜାର କମିଟିର ସଭ୍ୟଙ୍କ ସମେତ ବୁଦ୍ଧିଜୀବୀମାନେ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସାନ୍ତନା ପ୍ରଦାନ କରିଥିବା ଜଣାଯାଇଛି ।