Odiapua.com

ଜିଲ୍ଳା ପ୍ରଶାସନ ପକ୍ଷରୁ ବୁଲିଲା କୋଭିଡ୍ ଟିକାକରଣ ସଚେତନତା ରଥ

ନୟାଗଡ଼, ୧୦ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):କୋଭିଡରୁ ସୁରକ୍ଷା ଓ ଟିକାକରଣ ପାଇଁ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ଉଦ୍ୟମରେ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପରିକ୍ରମା କରିଛି। ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ସବୁଜ ପତାକା ଦେଖାଇ ରଥ ପରିକ୍ରାମର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଜିଲ୍ଲାର ୮ଟି ବ୍ଳକରେ ବୁଲିବା ସହିତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ଟୀକାକରଣ ପ୍ରକ୍ରିୟାରେ ସାମିଲ ହେବା ଏବଂ ନିଜ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ଗୁରୁତ୍ୱ ଦେବାପାଇଁ କହିଛି। ବିଶେଷକରି ୧୫ରୁ ୧୮ବର୍ଷର କିଶୋର ଓ କିଶୋରୀମାନେ କିପରି ଏହିସବୁ ସଚେତନତାକୁ ଅଧିକ ପ୍ରାଥମିକତା ଦେବେ ସେଥିପ୍ରତି ବାର୍ତ୍ତା ରହିବା ସହିତ ରଥ ପାଖରେ ଗ୍ରାମବାସୀ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏବିଷୟରେ ବୁଝାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଭିନ୍ନ ପଦାଧିକାରୀଙ୍କ ସହିତ ସମନ୍ନୀତ ଶିଶୁ ପ୍ରକଳ୍ପ ଅଧିକାରୀ ତଥା ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ଦାସ, ଆଇସିଡିସି ସୁପରଭାଇଜର, ଅଙ୍ଗନାବାଡ଼ି କର୍ମୀ, ଚାଇଲ୍ଡ ଲାଇନ୍ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।