Odiapua.com

ଜିଲ୍ଳାସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରେ ପ୍ରଥମ ଥର ଭଦ୍ରକ କବାଡି ଏକାଡେମୀ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଜିଲ୍ଳାସ୍ତରୀୟ କବାଡି ପ୍ରତିଯୋଗିତା ବାଳକ ଓ ବାଳିକା ଉ ବିଭାଗରେ ଭଦ୍ରକ କଲେଜ ପଡ଼ିଆରେ ଗତକାଲି ରାତିରେ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଳାରୁ ସମସ୍ତ ବ୍ଳକ ତଥା ଚାନ୍ଦବାଲି, ଧାମନଗର, ବନ୍ତ, ବାସୁଦେବପୁର, ଭଣ୍ଡାରିପୋଖରୀ, ଆଗରପଡ଼ା ଓ ଭଦ୍ରକର ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ଭଦ୍ରକ କବାଡି ଏକାଡେମୀ ଚାନ୍ଦବାଲି କବାଡି ଟିମ୍‌କୁ ପରାଜିତ କରି ଚାମ୍ପିୟନ ହୋଇଛି । ଏହି ସମ୍ପୂର୍ଣ୍ଣ ପ୍ରତିଯୋଗିତାର ଖେଳକୁ ନେଇ ସାହିଲ ରାଉତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ, ଗୌରବ ରାହତ ଶ୍ରେଷ୍ଠ ଡିଫେଣ୍ଡର, ଆତାୟାର ଘୋଷ୍‌ଖାନ୍ ସର୍ବ କନିଷ୍ଠ ଖେଳାଳୀ ରୂପରେ ପୁରୁସ୍କୃତ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିକେଟ ସଂଘ ସଭାପତି ଉପେନ୍ଦ୍ର ବାରିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ କବାଡି ଖେଳାଳୀ ତଥା ଭଦ୍ରକ କଲେଜର ଛାତ୍ର ସଂସଦର ପୂର୍ବତନ ଆଥ୍‌ଲେଟିକ୍ ସେକ୍ରେଟାରୀ ଅଧ୍ୟାପକ ଗୋଳକ ନାୟକ, ରାଜୀବ ମହାନ୍ତି, ସିଦ୍ଧାର୍ଥ ମହାନ୍ତି, ନରେଶ ଜେନା, ମନୋରଂଜନ ପଣ୍ଡା, ଆଇନଜୀବୀ ପବନ ଶର୍ମା, କୁନ୍‌ମୁନ୍ ପଣ୍ଡା, ଅରିପିକ୍‌ର ଡାଇରେକ୍ଟର ଅମ୍ଳାନ ନାୟକ, ପୂର୍ବତନ ଶାରିରୀକ ଶିକ୍ଷକ ଜିଲ୍ଳା ସ୍କୁଲ ନିରଂଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଶାରିରୀକ ଶିକ୍ଷକ ମନୋଜ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।