Odiapua.com

ଜିଲ୍ଲା ହସପିଟାଲ ପରିସର ରେ କର୍କଟ ରୋଗ ପରାମର୍ଶ ଶିବୀର ଓ ମାଗଣା ଚିକିତ୍ସା

ମାଲକାନଗିରି ,୬ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ହସପିଟାଲ ପରିସରରେ କର୍କଟ ରୋଗ ପରାମର୍ଶ ଶିବୀର ସହିତ କର୍କଟ ରୋଗୀଙ୍କୁ ମାଗଣା ଚିକିତ୍ସା କରା ଯାଇଛି । ଆଜି ସକାଳେ ଜିଲ୍ଲା ସଦର ମହକୁମା ହସପିଟାଲ ପରିସରରେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ ଏହି ଶିବୀରକୁ ଉଦଘାଟନ କରିଛନ୍ତି । ସୁଦୁର ମୁମ୍ବାଇ ରୁ ଆସିଥିବା ବିଶିଷ୍ଟ କର୍ଟକ ରୋଗ ବିଶେଷଜ୍ଞ ଡାକ୍ତର ଦିନେଶ ପେଣ୍ଡାରକର,ରାଜ୍ୟ ଅଣସଂକ୍ରାମକ ରୋଗ ପରିଚାଳକ ଲଳିତ ମୋହନ ସାହୁ, ହସପିଟାଲରେ ଥିବା ୬ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଉପଶମ କେନ୍ଦ୍ର ପରିଦର୍ଶନ କରି ୩୫ଜଣ କର୍କଟ ରୋଗୀଙ୍କୁ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟାକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଏଡିଏମଓ ମେଡିକାଲ ଡାକ୍ତର ଅନିଲକୁମାର ମିଶ୍ର,ଡିପିଏଚଓଡି ଡାକ୍ତର ସନ୍ଧ୍ୟାରାଣୀ ପଟନାୟକ,କର୍କଟ ବିଶେଷଜ୍ଞ ଡାକ୍ତର ନାରାୟଣ ପାତ୍ର,ବରିଷ୍ଟ ଡାକ୍ତର ପ୍ରଫୁଲ କୁମାର ବେହେରା,ଭାରପ୍ରାପ୍ତ ଡିପିଏମ ବନବିହାରୀ ମିଶ୍ର,ଡିଏମ ଅଙ୍କିତ ଜୈନ,ହସପିଟାଲ ପରିଚାଳକ ଶଶାଙ୍କ ସେଖର ପଣ୍ଡିତ୍ରା,ଡେପୁଟି ନର୍ସିଂ ସୁପରିଟେଣ୍ଡେଟଂ ଚାମେଲି କୁମାରୀ ମଣ୍ଡଳ,ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।