Odiapua.com

ଜିଲ୍ଲା ହସପିଟାଲରେ ବିଶ୍ୱ ଟିକାକରଣ ସପ୍ତାହ ପାଳନ, ଆଇସି ଷ୍ଟଲ ଉଦଘାଟିତ

ମାଲକାନଗିରି,୨୪ । ୪(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ହସପିଟାଲ ପରିସରରେ ଆଜି ସକାଳେ ବିଶ୍ୱ ଟିକାକରଣ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ ଯୋଗଦେଇ ଟିକାକରଣର ଆଇସି ଷ୍ଟଲ କୁ ଉଦଘାନ କରିଛନ୍ତି । ଉଦଘାଟନ ପରେ କରୋନା ଟିକା ଦେବା ସହିତ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ନିୟମିତ
ଟିକରଣ କରାଯାଇଥିଲା । ଏହି ଉଦଘାଟନି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ମେଡିକାଲ ଏଡିଏମଓ ଶିବପ୍ରସାଦ ମହାରଣା,ବରିଷ୍ଟ ଡାକ୍ତର ଅନୀଲ କୁମାର ମିଶ୍ର,ଡାକ୍ତର ନିହାର ରଂଜନ ତ୍ରୀପାଠୀ, ଜାକ୍ତର ସନ୍ତୋଷ କୁମାର ମିଶ୍ର,ଡାକ୍ତର ଅନୁପମା ମହୋନା,ଡିପିଏମ ବନବିହାରୀ ମିଶ୍ର,ଏଡିପିଏଚଓ ଚିତରଂନ ସେଠୀ ପ୍ରମୁଖ ଡାକ୍ତର ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ରହି ଟିକାକରଣ ଉପରେ ଗୁରୁତାରୋପ କରିଥିଲେ । ବରିଷ୍ଟ ସେବିକା ଚେମାଲି କୁମରୀ ମଣ୍ଡଳ,ଷ୍ଟାପନର୍ସ ସଂଜୁକ୍ତା ସେଠୀ,ହସପିଟାଲ ପରିଚାଳକ ଶଶାଙ୍କ ସେଖର ପଣ୍ଡିତ୍ରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।