Odiapua.com

ଜିଲ୍ଲା ହସପିଟାଲରେ ଆହର କେନ୍ଦ୍ର ରୋଗିଙ୍କ ସଂପର୍କିୟ ମାନଙ୍କ ମୁହଁରେ ହସଫୁଟାଇଲା

ମାଲକାନଗିରି,୨୦ ।୧୨ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ହସପିଟାଲକୁ ବିଭିନ୍ନ ଦୂରଦୁରାନ୍ତ ଗ୍ରାମରୁ ରୋଗୀ ମାନେ ଚିକିତ୍ସା ହେବାକୁ ଆସୁଥିବା ବେଳେ ଜଣେ ରୋଗୀ ସାଙ୍ଗରେ ପରିବାରରୁ ୨ରୁ ୩ଜଣ ଲୋକ ସେବା ଯେଗାଇଦେବା ପାଇଁ ଆସିଥାନ୍ତି । କେବଳ ରୋଗୀଙ୍କୁ ହସପିଟାଲ ପକ୍ଷରୁ ଖାଦ୍ୟଦେବାର ବ୍ୟବସ୍ଥା ଥିବାବେଳେ ସେମାନଙ୍କ ସାଥିରେ ଆସିଥିବା ପରିବାର ଲୋକେ ହସପିଟାଲ ପଛଆଡେ ଖରା ବର୍ଷାରେ ଶୀତକାକରରେ ଖୋଲା ଆକାଶତଳେ ଇଟାରେ ଚୁଲି କରି ନିଜେ ରୋଷେଇ କରି ଖାଇଥାନ୍ତି । ଅନେକ ରୋଗୀ ଗରିବ ହୋଇଥିବାରୁ ସେମାନଙ୍କ ପକ୍ଷେ ହୋଟେଲରେ ଖାଇବା ସମ୍ଭବପର ହୋଇନଥାଏ । ଏହି ଜିଲ୍ଲା ହସପିଟାଲଟି ସହର ଠାରୁ ୫କିଲୋମିଟର ଦୂରରେ ଥିବାରୁ ହସପିଟାଲ କର୍ମଚାରୀ ମାନେ ମଧ୍ୟ ମଧ୍ୟାହନ୍ନ ଓ ରାତ୍ର ଭୋଜନ କରିବାରେ ବହୁତ ଅସୁବିଧା ଭୋଗକରିଥାନ୍ତି । ଏହି ସବୁ ଅସୁବିଧା କୁ ଦୃଷ୍ଟିରେ ରଖି ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା ଅଜୟକୁମାର ବୈଠାରୁ ଙ୍କ ଅନୁରୋଧ କ୍ରେମ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ ରେ ଜିଲ୍ଲା ହସପିଟାଲରେ ପ୍ରଥମଥର କରି ୪୦୦ଲୋକଙ୍କ ପାଇଁ ଆହର କେନ୍ଦ୍ର ଗତ ୧୦ତାରିଖ ଠାରୁ ଖୋଲାଯାଇଛି । ଏହି ଆହର କେନ୍ଦ୍ରଟି ଖୋଲା ଯିବାପରେ ହସପିଟାଲ କୁ ଆସୁଥିବା ରୋଗୀ,ସେମାନଙ୍କ ସଂପର୍କିୟ ଓ ହସପିଟାଲର କର୍ମଚାରୀ ମାନେ ବହୁତ ଉପକୃତ ହୋଇପାରିଛନ୍ତି । ସେମାନଙ୍କୁ ଆଉ ଖୋଲାଆକାଶ ତଳେ ରୋଷେଇ କରିବାକୁ ପଡୁନାହିଁ କି ଦୂରକୁ ଯାଇ ଖର୍ଚାନ୍ତ ହୋଇ ହୋଟେଲରେ ଖାଇବାପାଇଁ ପଡୁନାହିଁ । ହସପିଟାଲର ଆହର କେନ୍ଦ୍ର ରୋଗୀଙ୍କ ସଂପର୍କିୟ ମାନଙ୍କ ମୁହଁରେ ହସଫୁଟାଇ ପାରିଛି । ଏବେ ହସପିଟାଲରେ ଆହର କେନ୍ଦ୍ର ଖୋଲା ଯାଇଥିବାରୁ ମାତ୍ର୫ଟଙ୍କାରେ ଡାଲମା,ଭାତ ଆଚାର ଖାଇବାକୁ ମିଳୁଛି, ଏହା ଗରିବ ଗୁରୁବା ଙ୍କ ପାଇଁ ବହୁତ ଭଲ ହୋଇଛି । ମାଲକାନଗିରି ଜିଲ୍ଲା ହସପିଟାଲକୁ ରୋଗୀଙ୍କ ସାଥିରେ ଆସୁଥିବା ସଂପର୍କିୟ ଓ ଅନ୍ୟାନ ଲୋକମାନଙ୍କ ପାଇଁ ଏହି କେନ୍ଦ୍ରରେ ୫ଟଙ୍କାରେ ମଧ୍ୟାହ୍ନରେ ୨୫୦ ମିଲ୍ସ ଓ ରାତ୍ରରେ ୧୫୦ ମିଲ୍ସ ର ବ୍ୟବସ୍ଥା କରିଯାଇଛି । ବସଷ୍ଟାଣ୍ଡ ଠାରେ ଆହର କେନ୍ଦ୍ର ପରିଚାଳନା କରୁଥିବା ଆରତୀ ମହିଳା ସ୍ୱୟଂସହାୟକ ଗୋଷ୍ଟିର ମହିଳା ମାନେ ହସପିଟାଲ ଆହର କେନ୍ଦ୍ରର ପରିଚାଳନା ଦାଇତ୍ୱ ନେଇଛନ୍ତି ।