Odiapua.com

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ

ଜଗତସିଂହପୁର-୧୧/୮(ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ଶୁକ୍ରବାର ଦିନ ଜଗତସିଂହପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ ହୋଇ ଯାଇଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ କୃମିର ପ୍ରଭାବରେ ପୁଷ୍ଟିହୀନତା ଓ ରକ୍ତହୀନତା ଯୋଗୁ ପିଲାମାନେ ଦୁର୍ବଳ ଅନୁଭବ କରନ୍ତି।ସେମାନଙ୍କର ମାନସିକ ଓ ଶାରୀରିକ ଅଭିବୃଦ୍ଧି ବାଧାପାଏ। ପରିଷ୍କାର ପରଛନ୍ନତା ରହିବା ଖାଲିପାଦରେ ନଚାଲିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରତି ୬ ମାସରେ ଥରେ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ କୃମିନାଶକ ଔଷଧ ଓ ୯ମାସରୁ ୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଭିଟାମିନ୍ ‘କ’ ଦ୍ରବଣ ଖାଇବାକୁ ଦିଆଯାଉଛି ନିୟମିତ କୃମିନାଶକ ଔଷଧ ଖାଇବା ଦ୍ୱାରା ପିଲାମାନେ ଏହି ପରଜୀବି ସଂକ୍ରମଣ ଦ୍ୱାରା ହେଉଥିବ। ରକ୍ତହୀନତା ଜନିତ ଶାରୀରିକ, ମାନସିକ ଓ ବୈାଦ୍ଧିକ ବିକାଶରେ ବାଧାରୁ ରକ୍ଷା ପାଆନ୍ତି। ଏହି ଦିବସରେ ଅଧକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଜୟ କୁମାର ବୈଠାରୁ କହିଲେ ଉତ୍ତମ ସ୍ୱାସ୍ଥ୍ୟ ଓ ପୁଷ୍ଟିର ବିକାଶକୁ ସୁନିଶ୍ଚିତ କରିବା ପାଇଁ ୧ବର୍ଷରୁ ୧୯ ବର୍ଷର ପିଲାମାନଙ୍କ ପାଇଁ କୃମିନାଶକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଗଷ୍ଠ ୮ ତାରିଖ ଆଜିର ଦିନରେ ଜିଲ୍ଲାର ୧ବର୍ଷରୁ ୧୯ ବର୍ଷ ସମସ୍ତ ପିଲାମାନଙ୍କୁ ମାଗଣାରେ ଏହି ଔଷଧ ଖାଇବାକୁ ଦିଆଯିବ। ଯେଉଁ ପିଲାମାନେ ଅସୁସ୍ଥତା ବଶତଃ କିମ୍ବା ଅନୁପସ୍ଥିତ ରହିବା ଯୋଗୁ ଏହି ବଟିକା ଖାଇପାରି ନଥିବେ ସେମାନେ ଅଗଷ୍ଟ ୧୬ ତାରିଖରେ ଏହି ବଟିକା ଖାଇବେ। ୧ ବର୍ଷରୁ ୨ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ଔଷଧ ଦିଆଯିବ। ଏହି ଜାତୀୟ କୃମିିନାଶକ ଦିବସ ବୃହତ ଜନସ୍ୱାସ୍ଥ୍ୟ ଅଭିଜାନ ଯେଉଁଥିରେ ୧ବର୍ଷରୁ ୧୯ବର୍ଷ ପିଲାଙ୍କୁ ସରକାରୀ, ବେସରକାରୀ, ସରକାରୀ ସ୍ୱିକୃତୀ ପ୍ରାପ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ଔଷଧ ଖାଇବାକୁ ଦିଆଯିବ। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ବସନ୍ତ କୁମାର ବାରିକ ଯୋଗଦେଇ କହିଲେ ଶିକ୍ଷକ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ଏହି ଔଷଧ ଖାଇବାକୁ ଦେବେ। ୧ରୁ ୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ସିରପ୍, ୬ରୁ ୧୯ ବର୍ଷ ପିଲାଙ୍କୁ ବଟିକା ଖାଇବାକୁ ଦିଆଯିବ। ଏହି ଅଭିଜାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମିଳିତ ସହଯୋଗରେ ବର୍ଷକୁ ୨ଥର କାର୍ଯ୍ୟକାରୀ କରାଯାଉଛି। ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଏହି ଅବସରରେ ନିଜେ କୃମିନାଶକ ବଟିକା ଖାଇବା ସହ ସ୍କୁଲର ଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ବିତରଣ କରିଥିଲେ। ଏହି ଦିବସରେ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣି ଶ୍ରୀମତୀ ଜୟନ୍ତୀ ବେହେରା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନ୍ୟୁଟ୍ରିସନ୍ ଅଫିସର ଶ୍ରୀମତୀ ସଂନ୍ଧ୍ୟାରାଣୀ ରାଉତ, ଡି.ପି.ଏମ୍ ଚକ୍ରଧର ଜେନା, ଶ୍ରୀ ବିରେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇ କୃମିନାଶକ ଦିବସ ସଂପର୍କରେ ମତବ୍ୟକ୍ତ କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ, ଉପ ପରିଚାଳକ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷୟିତ୍ରୀ, ଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।