Odiapua.com

 ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଟିକାକରଣ ପାଇଁ ସଚେତନତା ସଭା

ନୟାଗଡ଼, ୧୪-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଟିକାକରଣ ପାଇଁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚଳିତ ମାସ ୧୫ ତାରିଖରୁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ହେବ। ଏଥିରେ ଜନ୍ମରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ବିଭିନ୍ନ ପ୍ରକାର ଟିକା ଦିଆଯିବ ଏବଂ କୌଣସି ଶିଶୁ ଯେପରି ଟିକାନେବାରୁ ବଂଚିତ ହେବେ ନହେବେ ସେଥିପ୍ରତି ଧ୍ୟାନ ଦିଆଯିବ। ଏଥିପାଇଁ ପ୍ରତି ଶିଶୁଙ୍କ ପରିବାରକୁ ସଚେତନତା କରାଯାଇ କିପରି ଟିକା ଦିଆଯାଇପାରିବ ସେଥିପାଇଁ ଜିଲ୍ଳା ସ୍ୱାସ୍ଥ୍ୟ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି।