Odiapua.com

ଜିଲ୍ଲା ସ୍ୱଳ୍ପ ଯାତ୍ରୀ ପରିବହନ ମାଲିକ ସଙ୍ଘ ପକ୍ଷରୁ ସ୍ମୃତି ଚାରଣ ସଭା

ଯାଜପୁର୧ା୧୧(ଓଡିଆ ପୁଅ)ଯାଜପୁର ଜିଲ୍ଲା ସ୍ୱଳ୍ପ ଯାତ୍ରୀ ପରିବହନ ମାଲିକ ସଙ୍ଘ ପକ୍ଷରୁ ୰ ବିଜୟ କୁମାର ମହାନ୍ତିଙ୍କ ସ୍ମୃତି ଚାରଣ ସଭା ପାଣିକୋଇଲିସ୍ଥିତ ଟ୍ୟାକ୍ସି ଓ ମିନିବସ ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି। ଯାଜପୁରର ବରିଷ୍ଠ ନେତା, ସମାଜସେବୀ, ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ତଥା ଯାଜପୁର ଟ୍ୟାକ୍ସି ଓ ମିନିବସ ଷ୍ଟାଣ୍ଡର ସାଧାରଣ ସମ୍ପାଦକ ବିଜୟ କୁମାର ମହାନ୍ତି (୬୮)ଙ୍କର ଗତ ଅକ୍ଟୋବର ୨୬ ତାରିଖ ଅକାଳ ବିୟୋଗ ଘଟିଥିଲା। ତାଙ୍କ ମୃତ୍ୟୁ ଖବର କେବଳ ଯାଜପୁରକୁ ସ୍ତମ୍ବିଭୂତ କରିନି ବରଂ ଏହାର ପ୍ରଭାବ ଜିଲ୍ଲାସାରା ପଡିଛି। ପାଣିକୋଇଲି ଟ୍ୟାକ୍ସି ଓ ମିନିବସ ଆସୁସିଏସନ ପକ୍ଷରୁ ତାଙ୍କ ମୃତ୍ୟୁ ଖବର ପାଇଁ ଶୋକ ପାଳନ କରିବା ସହ ଗାଡିଚଳାଚଳ ବନ୍ଦ କରାଯାଇଥିଲା। ଆଜି ଜିଲ୍ଲା ସଙ୍ଘ ପକ୍ଷରୁ ସ୍ମୃତି ଚାରଣ ସଭା ରବି ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଯାଜପୁର ଷ୍ଟାଣ୍ଡର ଅଜୟ କୁମାର ରାଉଳ, ଯାଜପୁରରୋଡରୁ ବିଚିତ୍ରାନନ୍ଦ ମହାନ୍ତି, ବିଜୟ ସାହୁ, ଶିଶିର ନାୟକ, ରାଣା ପ୍ରତାପ ସିଂହ, କୁଆଖିଆରୁ ଦେବୁନି ପାଢୀ, ସିଂହପୁରରୁ ନିରଂଜନ ବେହୁରିଆ, ମୁକ୍ତିକାନ୍ତ ସାମଲ, ଡୁବୁରୀରୁ ମହେଶ୍ୱର ମହାନ୍ତି, ପାଣିକୋଇଲିରୁ ଶିଶିର ମଲ୍ଲିକ ପ୍ରମୁଖ ଯୋଗଦେଇ ୰ ମହାନ୍ତିଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ୱଳ୍ପ ପରିବହନ ଷ୍ଟାଣ୍ଡର କର୍ମକର୍ତା ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପରେ ପାଣିକୋଇଲି ଷ୍ଟାଣ୍ଡର ଚାଳକ ସଙ୍ଘ ପକ୍ଷରୁ ମଧ୍ୟ ସ୍ମୃତି ଚାରଣ କରାଯାଇଥିଲା।