Odiapua.com

ଜିଲ୍ଲା ସ୍ତରୀୟ ରେଡ଼କ୍ରସ ଦିବସ ବୈଠକ ପାଳନ

ନୟାଗଡ଼, ୨୧-୦୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ଆଜି ଦିବା ୧୨ଘଟିକା ସମୟରେ ଜିଲ୍ଲାପାଳ ଡ. ଏନ.ତିରୁମାଲା ନାୟକ୍ଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଡ. ନାୟକ୍ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ରେଡକ୍ରସ ସଂପର୍କରେ ସମସ୍ତଙ୍କୁ ଅବଗତ କରେଇଥିଲେ ଏବଂ ରେଡକ୍ରସକୁ ସମସ୍ତେ ସହ ଯୋଗ କରି ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କହିଥିଲେ। ଏହି ବୈଠକରେ ଯୋଗଦାନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ଦାଶ କେଉଁ ଅଧିକାରୀ କେତେ ଅର୍ଥ ପ୍ରଦାନ କରିଛନ୍ତି ଏବଂ କେଉଁମାନେ ଅର୍ଥ ପ୍ରଦାନ କରିନାହାଁନ୍ତି ସେ ସଂପର୍କରେ ଆଲୋଚନା କରିଥିଲେ। ଆଗାମୀ ବର୍ଷରେ ଏହି ଅର୍ଥକୁ ଅଭିବୃଦ୍ଧି କରିବା ପାଇଁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁମାନେ ରେଡକ୍ରସ ବହି ନେଇ କୁପନ ଏ ପର୍ଯ୍ୟନ୍ତ ଫେରାଇ ନାହାଁନ୍ତି ସେମାନେ ଯଥାଶୀଘ୍ର କୁପନ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରେଡକ୍ରସ ପାଇଁ ଆଂଚଳିକ ପରିବହନ ଅଧିକାରୀ ସର୍ବାଧିକ ଅର୍ଥ ପ୍ରଦାନ କରିଥିଲେ। ସେହିପରି ଜନ୍ମମୃତ୍ୟୁ ପଂଜିକରଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱତୀୟ ସ୍ଥାନରେ ଏବଂ ସବ୍ରେଜିଷ୍ଟର, ଖଣ୍ଡପଡ଼ା ତୃତୀୟ ସ୍ଥାନ ଥିଲାବେଳେ ସେମାନଙ୍କୁ ଜିଲ୍ଲାପାଳ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ପିଡି ଶ୍ରୀମତୀ ସନ୍ତୋଷୀ ସାହୁ, ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଯୋଗଦାନ କରିଥିଲେ। ପରିଶେଷରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଧୋବି ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।