Odiapua.com

ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦାଖଲଖାରଜ ମାମଲା ଗୁଡିକର ତୁରନ୍ତ ଫୈସଲା କରାଯିବା, ଜିଲ୍ଲାକୁ ମିଳିଥିବା ୪୬କୋଟି ଟଙ୍କା ସବସିଡିର ତୁରନ୍ତ ତହସିଲ ଗୁଡିକ ମାଧ୍ୟମରେ ଆସନ୍ତା ଫେବୃୟାରୀମାସ ୫ତାରିଖ ସୁଦ୍ଧା ଲୋକମାନଙ୍କୁ ବଂଟନ କରାଯିବା, ବକେୟା ରାଜସ୍ୱ ଓ ଚଳିତବର୍ଷର ରାଜସ୍ୱ ମାର୍ଚ୍ଚମାସ ଶେଷ ସୁଦ୍ଦା ଆଦାୟ କରାଯିବା, ମାର୍ଶାଘାଇ, ରାଜକନିକା ଓ ରାଜନଗର ତହସିଲ କାର୍ଯ୍ୟାଳୟ ନୂତନ ଗୃହର ନିର୍ମାଣ କାର୍ଯ୍ୟ ପୂର୍ବରୁ ବନ୍ଦ ରହିଥିବା ବେଳେ ତୁରନ୍ତ ପୁନର୍ବାର ଆରମ୍ଭ କରାଯାଇ ତୁରନ୍ତ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବା ଓ କେନ୍ଦ୍ରାପଡା ତହସିଲର ନୂତନ ଗୃହ ଏବଂ ପ୍ରଦକ୍ଷଣ ଗୃହର ଉପର ମହଲାର ନିର୍ମାଣ କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରାଯାଇ ନୂତନ ଗୃହକୁ ସଂପୃକ୍ତ ବିଭାଗକୁ ହସ୍ତାନ୍ତର କରାଯିବା ଉପରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ଗୁରୁତ୍ୱାରୋପ କରିଥିଲେ।