Odiapua.com

ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ

କେନ୍ଦ୍ରାପଡ଼ା, ୨୨ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ତରୀୟ ତ୍ରୀଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ୮ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଯୋଗଗୁରୁ କୈଳାସ ରାଉତ, ସଞ୍ଜୟ କୁମାର ମଥାନ, ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ. ପଦ୍ମଜା କବି ଶତପଥୀ ଓ କପାଳେଶ୍ୱର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯୋଗର ଉପାଦେୟତା ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ। ଏହି ଶିବିରରେ ନେହେରୁ ଯୁବ କେନ୍ଦ୍ର, କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଶିବାନନ୍ଦ ଯୋଗ ବିଦ୍ୟାଳୟର ସ୍ୱେଛାସେବୀମାନେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି ଓ ଗିରିଜାକାନ୍ତ ଦାସ, ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଗୋଲି ତିରୁପତି ରେଡି, ବାବା ନୃସିଂହ ଦାସ, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, ବାସନ୍ତୀ ମହାନ୍ତି, ଅଭିମନ୍ୟୁ ଗୋଛାୟତ, ଶ୍ରୀଧର କୁମାର ମହାନ୍ତି, ଲକ୍ଷ୍ମୀକାନ୍ତ ଜେନା, ପ୍ରସନ୍ନ ପରିଡା, ଶ୍ରୀକାନ୍ତ ପୃଷ୍ଟି, ଲକ୍ଷ୍ମୀ ସାଗର ମହାନ୍ତି, ରାଜେନ୍ଦ୍ର ଲେଙ୍କା, ଶଶି ପ୍ରସାଦ ମହାରଣା, ଶ୍ରୀଧର ଦାସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।