Odiapua.com

ଜିଲ୍ଲା ସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳିତ 

ଯାଜପୁର୧୪ା୧୧(ଓଡିଆ ପୁଅ)ମଧୁମେହ ଏକ ମାରାତ୍ମକ ରୋଗ ।  ଏହା ସମସ୍ତ ରୋଗକୁ ଆମନ୍ତ୍ରଣ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ ବୋଲି ବିଶ୍ୱ ମଧୁମେହ ଦିବସରେ ବକ୍ତା ମାନେ ମତବ୍ୟକ୍ତ କରିଚ୍ଥନ୍ତି ।  ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଚ୍ଥି  ା  ଏଥିରେ ଯୋଗଦେଇ ଏ.ଡି.ଏମ୍‌.ଓ. ତଥା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କାହ୍ନୁ ଚରଣ ନାୟକ ମଧୁମେହ ଜୀବନସାରା ରହୁଥିବା ଏକ ରୋଗ, ଏହା ସଂପୂର୍ଣ୍ଣ ଭଲ ହେଊ ନଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଊପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ବୋଲି କହିଥିଲେ ।  ବର୍ତ୍ତମାନ ବିଶ୍ୱରେ ପ୍ରାୟ ୪୨୫ ମିଲିୟନ ମଧୁମେହ ରୋଗୀ ଥିବା ବେଳେ ଆକଳନ ଅନୁସାରେ ୨୦୪୫ ମସିହା ବେଳକୁ ଏହା ୬୨୯ ମିଲିୟନକୁ ବୃଦ୍ଧି ପାଇବ ।  ସଂପ୍ରତ୍ତି ହୃଦ ରୋଗ ବୃଦ୍ଧି ପାଇଁ ଭାରତକୁ ମଧୁମେହର ରାଜଧାନୀ କୁହାଯାଊଚ୍ଥି ବୋଲି  ସେ କହିଥିଲେ ।  ବିସ୍ତୃତ ସୂଚନା ଦେଇ ଭେଷଜ ବିଶେଷଜ୍ଞ ଡା. ପ୍ରପୁଂଲ ଚନ୍ଦ୍ର ଦୀକ୍ଷିତ ଚଳିତ ବର୍ଷର ବିଷୟ ପରିବାର ଓ ମଧୁମେହ ଏକ ନିଚ୍ଚ୍ଥକ ବାସ୍ତବତା ବୋଲି କହିଥିଲେ ।  ପରିବାରର ପ୍ରତିଟି ସଦସ୍ୟ ମଧୁମେହ ସଂପର୍କରେ ଅବଗତ ହେବା, ଯେଊଁ  ମାନଙ୍କୁ ମଧୁମେହ ହୋଇଚ୍ଥି ସେମାନେ ନିୟମାନୁସାରେ ଜୀବନଚର୍ଯ୍ୟା ଓ ଓ÷୍ୟଷଧ ସେବନ କରିବା, ରୋଗୀ ସହ ପରିବାର ସହଯୋଗ ଓ ସେବା ଯୋଗାଇ ଦେବା ଊପରେ ଆଲୋକପାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ, ଖାଦ୍ୟ ପେୟରେ ଅନିୟମିତତା, ମାନସିକ ଚାପ, ପାଂଷ୍ଟ ପୁଂଡର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ହାନୀର କାରଣ ଓ ମଧୁମେହ ବୃଦ୍ଧିରେ ସହାୟକ ହେଊଚ୍ଥି ବୋଲି କହିବା ସହ ବ୍ୟାପକ ସଚେତନତା ହିଁ ଏହାକୁ ନିୟନ୍ତ୍ରଣ କରିପାରିବ ବୋଲି  କହିଥିଲେ ।  ପିଂଜିଓ ଥେରାପିଂଷ୍ଟ ଡା. ଦେବୀ ପ୍ରସାଦ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଦିବସର କାର୍ଯ୍ୟକ୍ରମରେ ଡି.ପି.ଏଚ୍‌.ସି.ଓ. କାର୍ତ୍ତିକ ନାୟକ, ପାଥୋଲୋଜିଷ୍ଟ ଡା. ନରେନ୍ଦ୍ର କୁମାର ମାଝି, ଡାକ୍ତର ପାର୍ଥ ସାରଥୀ ମିଶ୍ର ପ୍ରମୁଖ ଯୋଗଦେଇ ମଧୁମେହର କାରଣ ନିରାକଣ ସଂପର୍କରେ ମତବ୍ୟକ୍ତ କରିଥିଲେ ।  ପୂର୍ବାହ୍ନରେ ମଧୁମେହ ସଂପର୍କରେ ଏକ ପରୀକ୍ଷା ବ୍ୟବସ୍ଥା ମୁଖ୍ୟ ଚିକିତ୍ସାଳୟରେ କରାଯାଇ ରୋଗୀ ମାନଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା ।