Odiapua.com

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଆବେଦନ ପତ୍ର ସଂଗ୍ରହ

ବାଲିଗୁଡା, ୪/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଆବେଦନ ପତ୍ର ସଂଗ୍ରହ କରାଯାଇଛି। ଏହି ମେଳାରେ ବାଲିଗୁଡା ବ୍ଲକର ପ୍ରତ୍ୟେକ ପଞ୍ଚାୟତରୁ ପ୍ରାୟ ୪୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗନେଇଥିବା ସହ ଡ଼ିଡ଼ିୟୁ ଜିକେୟୀ ଦ୍ୱାରା ତାଲିମ ନେଇଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଭାଗନେଇଥିଲେ ବହୁତ ବଡ଼ ବଡ଼ ଘରୋଇ କମ୍ପାନୀ ସହଯୋଗ କରିବା ସହ ଓଡ଼ିଶାରେ ଥିବା ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଚାକିରୀ ଦେବା ନିମନ୍ତେ ଓ ଅନ୍ୟାନ୍ୟ ପଦପଦବୀରେ ରହିବା ନିମନ୍ତେ ନିଜ ନିଜର ପ୍ରମାଣ ପତ୍ର ଆବେଦନ କରିଥିଲେ। ସମସ୍ତ କାଗଜ ପତ୍ର ଯାଞ୍ଚ ହେଲା ପରେ ଚଳିତ ମାସ ୯ତାରିଖରେ ଫୁଲବାଣୀ ଠାରେ ନିଯୁକ୍ତି ମେଳାରେ ଭାଗ ନେବେ, ସେଠାରେ ଯଦି ନିଯୁକ୍ତି ପ୍ରାପ୍ତ ଛାତ୍ର ଛାତ୍ରୀ ଯେଉଁ ପଦବୀ ପାଇଁ ଆବେଦନ କରିଥିଲେ ସେଠାରେ ମନୋନୀତ ହେଲେ ସେମାନଙ୍କୁ ସେହି ଅନୁସାରେ ବେତନ ପ୍ରାୟ ୮ହଜାର ଟଙ୍କାରୁ ଉର୍ଦ୍ଧ ରଖାଯାଇଥିବା ବିଷୟ ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର ପ୍ରକାଶ କରିଛନ୍ତି।