Odiapua.com

ଜିଲ୍ଲା ସ୍ତରରେ ମଠ ମନ୍ଦିର ଖୋଲିବାର ନିଷ୍ପତିକୁ ଜିଲ୍ଲା ପ୍ରଶାସନ ଉପରେ ଛାଡିଲେ ସରକାର

କେନ୍ଦୁଝର, ୧୬ ଡିସେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଜିଲ୍ଲା ସ୍ତରରେ ମଠ, ମନ୍ଦିର ଖୋଲାଯିବାର ନିଷ୍ପତକୁି, ଜିଲ୍ଲା ପ୍ରଶାସନ ଉପରେ ଛାଡିଛନ୍ତି ରାଜ୍ୟ ସରକାର। ଫଳରେ ଏବେ ଜିଲ୍ଲାପାଳ ମାନେ ମଠ, ମନ୍ଦିର ଖୋଲିବାର ନିଷ୍ପତି ନେବେ, ଏହି ମର୍ମରେ ରାଜ୍ୟର ମୁଖ୍ୟ ଶାସନ ସଚୀବ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି। ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ସ୍ଥିତର ବିଭିନ୍ନ ଦିଗ ସଂପର୍କରେ ଅଧିକ ସଚେତନ ଥିବା ଦୃଷ୍ଟିରୁ ସେମାନେ ସଠିକ ନିଷ୍ପତି ନେଇ ପାରିବେ ବୋଲି ସରକାର ମନେ କରିଛନ୍ତି। ଏ ସଂପର୍କରେ ଜିଲ୍ଲାପାଳ ଆଶିଷ ଠାକରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ମନ୍ଦିର ର ଟ୍ରଷ୍ଟବୋର୍ଡ ତଥା ପରିଚାଳନା ପରିଷଦ ର ସଦସ୍ୟ ମାନଙ୍କ ସହ ଆଲୋଚନା ଏବଂ ଜିଲ୍ଲାରେ କୋଭିଡ ର ସ୍ଥିତି ଅନୁଧ୍ୟାନ କରି ନିଷ୍ପତି ନିଆଯିବ ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏପରି ନିଷ୍ପତି ନିଆ ଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ବର୍ତମାନ ଜିଲ୍ଲାରେ କରୋନା ସଂକ୍ରମଣ କମିଛି ଓ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି। ଆଗକୁ କରୋନାରେ କାହାକୁ ମରିବାକୁ ଦିଆଯିବ ନାହିଁ, ସେଥିପାଇିଁ ସମସ୍ତେ ସଚେତନ ରହିବାର ଅଧିକ ଆବଶ୍ୟକତା ଥିବା କଥା ଜିଲ୍ଲାପାଳ କହିଛନ୍ତି। ଏଥିପାଇିଁ ଜିଲ୍ଲାର ରାଙ୍କିସ୍ଥିତ କୋଭିଡ ହସ୍ପିଟାଲରେ ଆଇସିୟୁ ରେ ବେଡ ବୃଦ୍ଧି ମଧ୍ୟ କରାଯାଇଥିବା କଥା ଏବଂ ଜିଲ୍ଲାରେ କୋଭିଡ ମୃତ୍ୟୁକୁ ଶୁନ୍ୟ କରାଯିବା ଲାଗି ସମସ୍ତ ଚେଷ୍ଟା କରାଯାଉ ଥିବା ସେ ସୂଚନା ଦେଇଛନ୍ତି।