Odiapua.com

ଜିଲ୍ଲା ସାମ୍ବାଦିକ ୟୁନିୟନର କାର୍ଯ୍ୟକାରିଣୀ ବୈଠକ

କୁଚିଣ୍ଡା ୧୩/୦୯ (ଓଡିଆ ପୁଅ ତନୟ କୁମାର ମହାପାତ୍ର ) ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ( ଓୟୁଜେ)ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜମନକିରା କଲେଜ ଅଡିଟରିୟମରେ ଜିଲ୍ଲା ସଭାପତି ଶିବପ୍ରସାଦ ମେହେରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଆସନ୍ତା ନଭେମ୍ବର ମାସରେ ନାକଟିଦେଉଲ ବ୍ଲକରେ ସଂଘର ସାଂଗଠନିକ ନିର୍ବାଚନୀ ସଭା ହେବା ପାଇଁ ସ୍ଥିର ହୋଇଥିଲା।