Odiapua.com

ଜିଲ୍ଲା ସରକାରୀ କଳା ସଂସ୍କୃତି ସଂଘ ପକ୍ଷରୁ ନୂତନ ସଂସ୍କୃତି ଅଧିକାରିଣୀଙ୍କୁ ସାଦର ସମ୍ଭାଷଣ

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ଜିଲ୍ଳାର ସଂସ୍କୃତି ଭବନ ଠାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ୱିନୀ ରାଉତଙ୍କୁ ବିଦ୍ଧବଦ୍ଧ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସ୍ୱାଗତ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତଥା ପୂର୍ବତନ ସଂସ୍କୃତି ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ଜିଲ୍ଲା ଉପସଭାପତି ବିଶିଷ୍ଟ ସଂଙ୍ଗୀତଜ୍ଞ ତଥା ସଂସ୍କୃତି ଭାସ୍କର ସୁବାସ ଚନ୍ଦ୍ର ମଲ୍ଲିକ, ବିଭାଗର ମୁଖ୍ୟ ଦପ୍ତରୀ ନବୀନ କୁମାର ସେନାପତି ଏବଂ ତାପସ କୁମାର ନାୟକ ଯୋଗଦାନ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରପାଳିକାର କଳାକାରମାନଙ୍କ ଭିତରେ ଭାଇଚାରା ରକ୍ଷା ତଥା ସଂସ୍କୃତି ବିଭାଗ ସହ ସହଯୋଗ କରି ଚାଲିଲେ ଜିଲ୍ଲାର ସଂସ୍କୃତି ଦିନେ ଜାତୀୟ ସ୍ତରରେ ଭଦ୍ରକ ଟେକ ରଖିବ ବୋଲି ମତପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକ ତଥା ପୌରାଂଚଳ ଉପସଭାପତି ସନାତନ ପୁରୀ, ଭଦ୍ରକ ବ୍ଲକ ଓ ପୌରାଂଚଳ ତରଫରୁ ବରିଷ୍ଠ କଳା ସଂଗଠକ ନରେନ୍ଦ୍ର ପ୍ରସାଦ ପରିଡ଼ା, ଚାନ୍ଦବାଲି ବ୍ଲକ ଉପସଭାପତି ତ୍ରିଲୋଚନ ପଣ୍ଡା, ତିହିଡ଼ି ବ୍ଲକ ଉପସଭାପତି ସଂଙ୍ଗିତଜ୍ଞ ସତ୍ୟବ୍ରତ ତ୍ରୀପାଠୀ, ସଂଗୀତ ବସନ୍ତ, ଗାୟକ ସୁବାଷ ଚନ୍ଦ୍ର ବେହେରା, ସଂଗୀତ କପିଳେନ୍ଦ୍ର ନାଥଶର୍ମା, ଗାୟକ ଉମାକାନ୍ତ ହୋତା, ସଂଗୀତ ସୁରେନ୍ଦ୍ର ଦାସ, ଗାୟକ ବଟକୃଷ୍ଣ ପରିଡ଼ା ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଉତ୍ସବକୁ ରାଜ୍ୟ ଯାତ୍ରା କଳାକାର ସଂଘର ସଂଯୋଜକ କଳାକାର କାଳନ୍ଦୀ ମଲ୍ଲିକ ସଂଯୋଜନା କରିଥିବା ବେଳେ ବିଭାଗର କର୍ମଚାରୀ ରଙ୍ଗାଧର ଜେନା ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲାରେ ସଂସ୍କୃତି ବିଭାଗଟି ଜିଲ୍ଲାର ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପୂର୍ବରୁ ପରିଚାଳିତ ହୋଇଆସୁଥିବା ବେଳେ ଚଳିତ ମାସଠାରୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ତରଫରୁ ନୂତନ ଭାବେ ସଂସ୍କୃତି ବିଭାଗ ଖୋଲାଯାଇ କାର୍ଯ୍ୟକ୍ଷମ ହୋଇଥିବାରୁ ଜିଲ୍ଲାର ସଂସ୍କୃତି ପ୍ରେମୀ ଓ କଳାକାରଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।