Odiapua.com

ଜିଲ୍ଲା ଶିଳ୍ପ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସଂଘ ପକ୍ଷରୁ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇଥବଲେ । ବିଶ୍ୱ ତାପାୟନକୁ ରୋକିବା ସହିତ ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି । କେବଳ ବୃକ୍ଷ ରୋପଣ କରିଦେଲେ ହେବ ନାହିଁ, ଏହାକୁ ବଞ୍ଚାଇ ରଖିବାକୁ ମଧ୍ୟ ଅନୁରୂପ ଉଦ୍ୟମ ହେବା ଦରକାର ବୋଲି ପଣ୍ଡିତ ନିଜ ବକ୍ତବ୍ୟରେ କହିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଇଂ ପିତାମ୍ବର ପରିଡ଼ାଙ୍କ ପ୍ରତ୍ୟେଧ ତତ୍ତ୍ୱାବଧାନରେ ସଂଘର ସଭାପତି ସୁରଜ କୁମାର ସାହୁ, ସମ୍ପଦକ ସୁଶାନ୍ତ କୁମାର ନାୟକ, ଉପସଭାପତି ରାଜେଶ ମିଶ୍ର, କମଳାକାନ୍ତ ସାହୁ, ଶୈଳେନ୍ଦ୍ର ମହାପାତ୍ର, ତପନ କୁମାର ମହାକୁଡ଼, ଅର୍ପିତା ମହାନ୍ତି, ଶିଳ୍ପ ସଂପ୍ରସାରଣ ଅଧିକାରୀ ବିଶ୍ୱଜିତ ସାମଲ, ଶଶିଶେଖର ବେହେରା, ରତିରଂଜନ ପାଣିଗ୍ରାହୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସହ ପରିଚାଳକ ଗୌରହରି ସିଂହଳ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।