Odiapua.com

ଜିଲ୍ଲା ଶିକ୍ଷା ପ୍ରକଳ୍ପ ଅଧିକାରୀଙ୍କ ବିଭିନ୍ନ ହାଇସ୍କୁଲ ପରିଦର୍ଶନ

ହାଟଡିହି-୧୧ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ଶିକ୍ଷା ପ୍ରକଳ୍ପ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ ଆଜି ହାଟଡିହି ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରି ସରକାରଙ୍କ ଏସଓପି ପାଳନ ଓ ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଡି.ପି.ସି ଶ୍ରୀଯୁକ୍ତ ସେଠୀ ଆଜି ମରୈଗାଁ, ହାଟଡିହି, ଶାସଙ୍ଗ ପ୍ରଭୃତି ହାଇସ୍କୁଲ ଗୁଡିକ ପରିଦର୍ଶନ କରିଥିଲେ । ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ପହଞ୍ଚି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସମସ୍ତ କୋଭିଡ ନୀତିନିୟମକୁ ପାଳନ କରାଯାଉଥିବା ଦେଖିବାସହ ଶହେଦିନିଆ ଶିକ୍ଷାଦାନ ବିଷୟରେ ପଚାରି ବୁଝିଥିଲେ । ପ୍ରତିଶ୍ରେଣୀଗୃହରେ ୨୫ଜଣ ଲେଖାଏଁ ଦୁରତା ବଜାୟ ରଖି ବସାଯାଇଥିବା ଓ ଶିକ୍ଷାଦାନ ପଦ୍ଧତି ଓ ଖସଡାକୁ ଦେଖି ଖୁସିବ୍ୟକ୍ତ କରିଥିଲେ । ବାହାରେ ସାନିଟାଇଜର, ମାସ୍କ, ହାତଧୁଆ ପାଇଁ ପାଣି ଆଦି ରଖାଯାଇଥିବାବେଳେ ସ୍କୁଲର ପରିବେଶ ପରିଛନ୍ନତାକୁ ନିରୀକ୍ଷଣ କରିଥିଲେ । ପରେ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ସହ ସରକାର ଜାରି କରିଥିବା ଏସଓପି ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ହାଟଡିହି ହାଇସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷକ ଶିଶିର କୁମାର କରଙ୍କ ସହ ୧୦୦ଦିନିଆ ଶିକ୍ଷାଦାନ ସମ୍ପର୍କରେ କିପରି ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ପଚାରି ବୁଝିବାସହ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଶିକ୍ଷାଦାନ ପଦ୍ଧତି. ଶିକ୍ଷା ଖସଡା ଆଦି ଦେଖି ଖୁସିବ୍ୟକ୍ତ କରିଥିଲେ । ମୋଟ ୬୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨ଜଣ ଉପସ୍ଥିତ ଥିବା ଓ ତିନୋଟି ଶ୍ରେଣୀକ୍ଷରେ ଦୁରତା ରକ୍ଷାକରି ବସାଇଥିବା ଦେଖିଥିଲେ । ଶିକ୍ଷକ ଶିକ୍ଷୟତ୍ରୀମାନେ ସବୁବେଳ ସଜାଗ ରହି ଶହେଦିନିଆ ଶିକ୍ଷାଦାନ ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।