Odiapua.com

ଜିଲ୍ଲା ଲୋକକଳା, ସଂସ୍କୃତି ସଂଘର ସମୀକ୍ଷା ବୈଠକ

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳାକାର ଓ ସଂସ୍କୃତି ସଂଘର ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ଓ ବିଷଦ ଆଲୋଚନା ନିମିତ୍ତ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା କଳା ସଂସ୍କୃତି ସଂଘ, ଭଦ୍ରକ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ମନସ୍ୱିନୀ ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସୁବାସ ଚନ୍ଦ୍ର ମଲ୍ଲିକ କରୋନା ମହାମାରୀ ସମୟରେ ଲୋକ-କଳାକାରମାନେ ଅର୍ଥ ଅଭାବରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ସମସ୍ୟା ଉପସ୍ଥାପନ କରିଥିଲେ । ଏହା ବ୍ୟତୀତ ସୂଚନା ଓ ଯୋଗାଯୋଗ ବିଦ୍ୟା ବାବଦ ଅର୍ଥରାଶିରୁ କୋବିଡ଼ ନିୟମ ପାଳନ ପୂର୍ବକ ବିଭିନ୍ନ ଲୋକକଳା ଦଳ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ଅଧିକାରୀମାନେ ସେମାନଙ୍କ ଅଧିନରେ ଥିବା ସୂଚନା ଓ ଯୋଗାଯୋଗ ପାଣ୍ଠି ପ୍ରଦାନ କରିବା ପାଇଁ ସ୍ୱିକୃତୀ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଡ. ଦାସ କାଳାକରମାନଙ୍କୁ ଋଣ ପ୍ରଦାନ, ପ୍ରତି ମାସରେ ବ୍ଳକ ସ୍ତରରେ ବିଡିଓ ଓ କଳାକାର ସଂଘର ଉପସଭାପତିଙ୍କୁ ନେଇ ବୈଠକ କରିବା, ସେହିପରି ଜିଲ୍ଳାରେ କଳାକାର ସଂଘ, ନଗର କଳାକାର ସଂଘ ପ୍ରତିମାସ ଜିଲ୍ଲା ସଂସ୍କୃତି ଅôଧକାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅôଧକାରୀଙ୍କ ସହିତ ମିଶି ବୈଠକ କରି ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ବିଭିନ୍ନ ବ୍ଳକ କଳା ସଂସ୍କୃତି ସଂଘ ଓ ନଗର କଳା ସଂସ୍କୃତି ସଂଘର ଉପସଭାପତିମାନେ ଉପସ୍ଥିତ ରହି ନିଜ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ ।