Odiapua.com

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରଥମ ପ୍ରଶାସନିକ ଅଧିକାରୀଙ୍କ ଯୋଗଦାନ

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରଥମ ପ୍ରଶାସନିକ ଅଧିକାରୀ ଭାବେ ରାମଦାସ ଟୁଡ଼ୁ ଯୋଗ ଦେଇଛନ୍ତି । ଏ.ଡ଼ି.ଏମ୍‌.ଓ. ଭେଷଜ ବିଶେଷଜ୍ଞ ଡା. ସନ୍ତୋଷ କୁମାର ଜେନା ଏବଂ ଏ.ଡ଼ି.ପି.ଏଚ୍‌.ଓ ଏଫ୍‌.ଡବ୍ଲୁ ଏବଂ ଇମ୍ୟୁନାଇଜେସନ୍ ଡା. କନକଲତା ସାହୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରୀଯୁକ୍ତ ଟୁଡ଼ୁଙ୍କୁ ସ୍ୱାଗତ କରିଥିଲେ । ଶ୍ରୀଯୁକ୍ତ ଟୁଡ଼ୁ ଏହା ପୂର୍ବରୁ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ଜଣେ ଦକ୍ଷ ପ୍ରଶାସନିକ୍ ଅଧିକାରୀ ଭାବେ ସେ ବେଶ୍ ଲୋକ ପ୍ରିୟ ଅଟନ୍ତି ।