Odiapua.com

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆହାର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଦାବିପତ୍ର

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆହାର କେନ୍ଦ୍ର ପ୍ରତିଷ୍ଠା ଗୁରୁତ୍ୱ ବହନ କରୁଥିଲା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଦୁଇଟି ଦାବୀ ପତ୍ର ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ଅମର କୁମାର ପାଣିଗ୍ରାହୀ ଓ ସମସ୍ତ କର୍ମକର୍ତା ମାନେ ପ୍ରଦାନ କରିଥିଲେ। ପୁର୍ବତନ ଜିଲ୍ଲାପାଳ ଡ ଦିଲୀପ ରାଉତ ରାଏ ମଧ୍ୟ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିଥିଲେ। ଇତି ମଧ୍ୟରେ ଏକ ମାସ ପନ୍ଦର ଦିନ ବିତି ଯାଇଥିଲେ ମଧ୍ୟ ବିଭାଗୀୟ ସଚିବ କୌଣଷି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରି ନାହାଁନ୍ତି। ପୁନର୍ବାର ଆଜି ସକାଳ ୧୧ ଘଟିକା ରେ ଆହାର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଦାବିପତ୍ର ଜିଲ୍ଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ପ୍ରଦାନ କରାଯାଇ ଥିଲା। ସଭାପତି ଶ୍ରୀ ପାଣିଗ୍ରାହୀ,ଉପସଭାପତି ଅଧିବକ୍ତା ଆଦିତ୍ୟ କୁମାର ନାୟକ, ପ୍ରଧ୍ୟାପକ କମଳା କାନ୍ତ ସ୍ୱାଇଁ, ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ଦାସ, ଶ୍ରୀହର୍ଷ ସ୍ୱାଇଁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ଙ୍କୁ ପ୍ରଦାନ କରିଥିଲେ।