Odiapua.com

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଦଲାଲଙ୍କ ଦୈାରାତ୍ମ୍ୟ

କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜନୈକ ମହିଳା ଦଲାଲଙ୍କ ଦୈାରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଥିବା ଦେଖାଯାଇଛି। ଫଳରେ ଏହି ଡାକ୍ତରଖାନାକୁ ଆସୁଥିବା ଗରୀବ, ଅସହାୟ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଏହି ଦଲାଲଙ୍କ ଆର୍ଥିକ ଶୋଷଣର ଶୀକାର ହେଉଥିବା ଅଭିଯୋଗ ହୋଇଛି। ନିର୍ଦ୍ଦିଷ୍ଠ ବେସରକାରୀ ନର୍ସିଂହୋମ ଓ ମେଡିସିନ ଦୋକାନକୁ ଜୋରଜବରଦସ୍ଥି ରୋଗୀଙ୍କ ସମ୍ପର୍କୀୟ ଓ ରୋଗୀମାନଙ୍କୁ ଏହି ଦଲାଲ ନେଇଯାଉଥିବା ଅଭିଯୋଗ ହେଉଛି। ବାରମ୍ବାର ଅଭିଯୋଗ ପରେବି ଡାକ୍ତରଖାନା କିମ୍ବା ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଗରୀବ ତଥା ଅସହାୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ହଇରାଣ ହରକତ ହେବା ସହିତ ଆର୍ଥିକ ଶୋଷଣର ଶୀକାର ହେଉଥିବା ଦେଖିବାକୁ ମିଳିଛି।