Odiapua.com

ଜିଲ୍ଲା ବୋଇତ ବନ୍ଦାଣ ସମିତିର ନୂତନ କର୍ମକର୍ତ୍ତା ନିର୍ବାଚନ

କେନ୍ଦ୍ରାପଡା, ୧୩/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୨ତମ ବୋଇତ ବନ୍ଦାଣ ଉତ୍ସବର ଅବ୍ୟବ୍ୟହତି ପୂର୍ବରୁ ସ୍ଥାନୀୟ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ସମିତିର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଏହି ପୁରାତନ ବୋଇତ ବନ୍ଦାଣ ସମିତି ଦୀର୍ଘ ୫୧ବର୍ଷ ତଳେ ଗଠିତ ହୋଇଥିବା ବେଳେ ବହୁ ଖ୍ୟାତି ଅର୍ଜ୍ଜନ କରି ତା’ର ସଫଳତାକୁ ବଜାୟ ରଖିଆସିଛି। ଏହି ଉପଲକ୍ଷେ ସମିତିର ସ୍ଥାୟୀ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ସହିତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ କରୋନା ସଂକ୍ରମଣ କାରଣରୁ ସମସ୍ତ କାର୍ଯ୍ୟକ୍ରମକୁ କାଂଟଛାଂଟ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ କୋଭିଡ ନିୟମକୁ ଅନୁପାଳନ ପୂର୍ବକ ସ୍ଥାନୀୟ ମହାଭୋଇ ପୋଖରୀରେ କେବଳ ବିଧିରକ୍ଷା ନିମନ୍ତେ ବୋଇତ ବନ୍ଦାଣକରାଯାଇ ସେହି ଠାରେ ୨୦ଜଣ କରୋନା ଯୋଦ୍ଧାଙ୍କୁ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଗଲା। ଏହି ବୈଠକରେ ସର୍ବସମ୍ମତି କ୍ରମେ ସମିତିର ମୁଖ୍ୟ ଉପଦେଷ୍ଟା ଭାବରେ ପ୍ରଦୀପ କୁମାର ମହାନ୍ତି, ସଭାପତି ଭାବେ ଚିନ୍ମୟ ପ୍ରସାଦ ବେଉରା, ଉପସଭାପତି ଭାବେ ବୈଷ୍ଣବ ଚରଣ ପ୍ରଧାନ ଓ ଗୋଲଖ ଚନ୍ଦ୍ର ପଢିଆରୀ, ସମ୍ପାଦକ ସଞ୍ଜୟ କୁମାର ରାଉତ, ସହସମ୍ପାଦକ ରବିନ୍ଦ୍ର ନାଥ ରଥ, କମଳାକାନ୍ତ ବେହେରା, ବ୍ୟବସ୍ଥାପକ ରବିନାରାୟଣ ମହାନ୍ତି ଓ ମୁକ୍ତାର ଖାଁ, ସାଂସ୍କୃତିକ ସମ୍ପାଦକ ମନୋଜ କୁମାର ଦାସ ଓ ବିନିରାଣୀ ଖଟୁଆ, ଯୁଗ୍ମ ସମ୍ପାଦକ ହିମାଂଶୁ ଦାସ, ସରୋଜକାନ୍ତ ସାହୁ ଓ ଅଶୋକ କୁମାର ସାହୁ, ଗଣମାଧ୍ୟମ ସମ୍ପାଦକ ଚିତ୍ତରଞ୍ଜନ ଦାସ ଓ ଲକ୍ଷ୍ମୀକାନ୍ତ ନାୟକ, ସଂଗଠନ ସମ୍ପାଦକ ଅଦୈତ ଦାସ ଓ ସୈାମ୍ୟରଞ୍ଜନ ପଟ୍ଟନାୟକ, ସଂଯୋଜକ ସୁବାଷ ପାତ୍ର ଓ ନାରାୟଣ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ପ୍ରଫୁଲ୍ଲ କୁମାର ଦାସଙ୍କୁ ଚୟନ କରାଯାଇଥିଲା। ଏଥିସହିତ ଉପଦେଷ୍ଟା କମିଟିରେ ଡା- ଅଲେଖ ଚନ୍ଦ୍ର ଦାସ, ମହମ୍ମଦ ଆକବର ଅଲ୍ଲୀ, ଶରତ ଚନ୍ଦ୍ର ଧଳ, ଭାବଗ୍ରାହୀ କର ଓ ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ ଚୟନ କରାଯାଇଥିଲା।