Odiapua.com

ଜିଲ୍ଲା ବିଜେପି ମହିଳାମୋର୍ଚ୍ଚାର ଜନ ସମ୍ବାଦ ଭର୍ଚୁଆଲ ରାଲି

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୋଦ ସରାକରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଜିଲ୍ଲା ସ୍ତରୀୟ ମହିଳାମୋର୍ଚ୍ଚା ଜନ ସମ୍ବାଦ ଭର୍ଚୁଆଲ ରାଲି ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମହିଳାମୋର୍ଚ୍ଚା ରାଷ୍ଟ୍ରିୟ ଅଧ୍ୟକ୍ଷା ସୁରମା ପାଢୀ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତିି ମନମୋହନ ସାମଲ, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଭଦ୍ରକ ସଂସଦୀୟକ୍ଷେତ୍ର ନେତା ତଥା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ ଜିଲ୍ଲା ସଭାପତି ବଦ୍ରୀନାରାୟଣ ଧଳ, ରାଜ୍ୟ ମହିଳାମୋର୍ଚ୍ଚା ଉପସଭାନେତ୍ରୀ ସୁଷମାରାଣୀ ବିଶ୍ୱାଳ, ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ । ସାରା ଦେଶ ସମେତ ଓଡ଼ିଶା କରୋନା ମହାମାରୀର ସାମ୍‌ନା କରୁଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ସଂଜୀବନୀ ଭଳି କାର୍ଯ୍ୟ କରୁଛି । ଏଥିଲାଗି ସମସ୍ତ ମାତୃଶକ୍ତିଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଡିଜିଟାଲ ପ୍ଲାଟଫର୍ମରେ ମହିଳାମଳାନଙ୍କୁ ସିଧାସଳଖ ଯୋଡି ବିକାଶର ବାର୍ତ୍ତା ପହଞ୍ଚାଇବା ତଥା କରୋନା ସମୟରେ ସଚେତନତା ସୃଷ୍ଟି କରିବା ଅଭିଯାନରେ ମହିଳାମୋର୍ଚ୍ଚା ପକ୍ଷରୁ ପ୍ରୟାସ କରାଯାଇଛି । ଭଦ୍ରକ ଜିଲ୍ଲା ମହିଳାମୋର୍ଚ୍ଚା ମଧ୍ୟ ଅଧିକରୁ ଅଧିକ ମହିଳାଙ୍କୁ ଏଥିରେ ଯୋଡି ହେବାକୁ ଚେଷ୍ଟା କରୁଛି ବୋଲି ଖୁଣ୍ଟିଆ କହିଥିଲେ । ବର୍ତ୍ତମାନ ସମୟରେ ମୋଦିଙ୍କ ଗରିବ କଲ୍ୟାଣ ଯୋଜନାରେ ଦେଶର ୮୦ କୋଟି ତଥା ଓଡ଼ିଶାର ୭୫ ଭାଗ ଲୋକଙ୍କ ପାଇଁ ୮ ମାସ ପାଇଁ ବ୍ୟକ୍ତି ପିଛା ମାସିକ ୫ କେଜି ଚାଉଳ ଓ ପରିବାର ପିଛା ଡାଲି ଯୋଗାଇବାର ବ୍ୟବସ୍ଥା କରିଛନ୍ତି । ଗରିବଙ୍କ ପାଇଁ ବଳିଷ୍ଠ ପଦକ୍ଷେପ ନେଉଥିବା କାରଣରୁ ଓଡ଼ିଶାର ୯୬ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପସନ୍ଦ କରୁଛନ୍ତି ବୋଲି କହିଥିଲେ । ଓଡ଼ିଶାର ଆଶା, ଆକାଂକ୍ଷାକୁ ସମ୍ବେଦନଶୀଳତା ଦୃଷ୍ଟିରେ ଦେଖୁଥିବା ନରେନ୍ଦ୍ର ମୋଦି ପୂର୍ବ ଭାରତକୁ ଦେଶର ପ୍ରୟୋଗଶାଳା କରିବା ଏବଂ ଓଡ଼ିଶାକୁ ପୂର୍ବ ଭାରତର ମୁଖଶାଳା କରିବା ସ୍ୱପ୍ନକୁ ସମଗ୍ର ରାଜ୍ୟର ମହିଳାମାନେ ହିଁ ପୂରଣ କରି ପାରିବେ ବୋଲି ମତ ପ୍ରକାଶ ପାଇଥିଲା ।