Odiapua.com

ଜିଲ୍ଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର, ୨୫-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍ଥାନୀୟ ଶୈଳଶ୍ରୀ ପେଲେସ୍ ଠାରେ ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ନବ ନିଯୁକ୍ତ ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ଅଜିତ ଯୋଷୀ ଓ ବଲାଙ୍ଗିର ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କୁ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଜଣାଯାଇଛି। ଆଜି ରାଜ୍ୟ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ, ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଓ ବଲାଙ୍ଗିର ଜିଲ୍ଲାର ସମସ୍ତ ନେତୃମଣ୍ତଳୀ ରାଜେନ୍ଦ୍ର ଓ ଅଜିତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ଶୈଳଶ୍ରୀ ପେଲେସ୍ ଠାରେ ଅଶୋକ ମହାନ୍ତିଙ୍କ ସଭାପତିତ୍ୱ ଓ ବିଭୁତି ଭୁଷଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମଞ୍ଚାସୀନ ବରିଷ୍ଠ ସଦସ୍ୟମାନେ ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସଙ୍ଗଠନକୁ ମଜଭୁତ କରିବା ପାଇଁ ନବ ନିଯୁକ୍ତ ସଭ୍ୟଙ୍କୁ ଆହ୍ବାନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କ୍ରୁତଜ୍ଞତା ଜ୍ଞାପନ କରିଥିଲେ। ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ହୋତା ତାଙ୍କ ଅଭିଭାଷଣରେ ଆଗାମୀ ଦିନରେ ଜିଲ୍ଲାର ଯୁବ ସଂଙ୍ଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଯୁବ ଓ ଛାତ୍ରମାନଙ୍କୁ ନିଜର ଆନୁଗତ୍ୟ ପ୍ରତିପାଦନ କରି ଦଳ ଓ ନେତାଙ୍କ ଆଭିମୁଖ୍ୟ ବିଚାର ଧାରାରେ ଅନୁପ୍ରାଣିତ ହୋଇ ରାଜନୈତିକ ଭବିଷ୍ୟତ ଗଢିବାକୁ ଆହ୍ବାନ ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ, ଅର୍କେଶ ନାରାୟଣ ସିଂହଦେଓ ଏବଂ ବଲାଙ୍ଗିର ଜିଲ୍ଲାର ସମସ୍ତ ନେତୃମଣ୍ତଳୀ, ବିଜୁ ପରିବାରରର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସେହିଭଳି ରାଜ୍ୟ ଯୁବ ସମ୍ପାଦକ ଅଜିତ ଯୋଷି ମଧ୍ୟ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ସଭାରେ ମଞ୍ଚାସୀନ ହୋଇଥିଲେ ବରିଷ୍ଠ ଉପସଭାପତି ଉମାଶଙ୍କର ସିଂ, ଓମକାର ନାୟକ, ଲକ୍ଷ୍ମଣ ମେହେର, ରାଜ୍ୟ ଆବାହକ କୈଳାସ ମହାନ୍ତି, ସୁଶିଲ କୁମାର ଚାନ୍ଦ, ଗୋଲାପ ବାଗ, ଲିପିଶ୍ରୀ ସାଏ, ଗୁଞ୍ଜ ଖାଁ। ସଭାରେ ବଲାଙ୍ଗିର ଜିଲ୍ଲାର ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ, ମହିଳା ସଦସ୍ୟା, ଯୁବ ସଂଙ୍ଗଠକ- ଛାତ୍ର ସଂଙ୍ଗଠକମାନଙ୍କ ସହିତ ଅନେକ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।