ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଜିଲ୍ଲା ପ୍ରଭାରୀ ଓଡିଶା ସରକାରଙ୍କ ସମବାୟ ବିଭାଗ ସଚିବ ରାଜେଶ ପ୍ରଭାକର ପାଟିଲ ଆସି ପ୍ରଥମେ ଆରଏମ୍ସି ଅଫିସ୍ ପରିସର ରେ ନିର୍ମିତ ହୋଇଥିବା ଖାସୀ ମାଂସ ଦୋକାନ ଗୃହ ଗୁଡ଼ିକୁ ବିଧାୟକ ସିତାଂଶୁ ସେଖର୍ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚନ କରିଥିଲେ । ଏହା ପରେ ଆରଏମ୍ସିର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଏହାପରେ ରାହାଞ୍ଜ ଓ ବରହମପୁର ପାକ୍ସକୁ ଗ୍ରସ୍ତ କରି ଧାନ ମଣ୍ଡି ବୁଲି ଦେଖିଥିଲେ। ପାକ୍ସ ର କାର୍ଯ୍ୟକଳାପ ରେ ବିଭିଧତା ଆଣିବା ସହିତ ଏହାକୁ ସାଧାରଣ ସେବା କେନ୍ଦ୍ର ରେ ପରିଣତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତୀ ସମୟରେ ପିପିଏଲ୍ ଇନ୍ଫ୍ରାଷ୍ଟକଚରର ନିର୍ମାଣର ପ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ଏହା ପରେ ଟିଲୋ ଗସ୍ତରେ ଆସି ସେଠାରେ ମତ୍ସ୍ୟ, ଉଦ୍ୟାନ ଓ ପ୍ରାଣୀ ଚିକିତ୍ସା ବିଭାଗ ର ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଗସ୍ତ କରି ଏହାର ଉନ୍ନତି ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ସନ୍ଧ୍ୟାରେ ସଦ୍ଭାବନା ସଭା ଗୃହରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।