ଭଦ୍ରକ, ୨ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଜାତୀୟ ସ୍ତରୀୟ ୨୩ ବର୍ଷରୁ କମ୍ ମହିଳା କିକେଟ୍ ପ୍ରତିଯୋଗିତା ନିମନ୍ତେ ଓଡିଶା ମହିଳା ଦଳରେ ଭଦ୍ରକରୁ ନମ୍ରତା ସ୍ୱାଇଁ ମନୋନୀତ ହୋଇଛନ୍ତି। ପଣ୍ଡିଚେରୀରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ୨୩ ବର୍ଷରୁ କମ୍ ମହିଳା କ୍ରିକେଟ୍ ପ୍ରତିଯୋଗିତା ଟି ୫ ମାର୍ଚ୍ଚ ରୁ ଆରମ୍ଭ ହୋଇ ୧୩ ମାର୍ଚ୍ଚ ୨୦୨୫ ରେ ସମାପ୍ତ ହେବ । ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ମହିଳା ଦଳରେ ଭଦ୍ରକ ଜିଲ୍ଲାର ରୁ ନମ୍ରତା ସ୍ଥାନ ପାଇଲା ପରେ ଅନ୍ୟ ଖେଳାଳୀ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ସେ ଭଦ୍ରକ ଜିଲ୍ଲା ହାଉସିଂ ବୋର୍ଡ କଲୋନୀ ସ୍ଥିତ ସଞ୍ଜିବ୍ କୁମାର ସ୍ୱାଇଁ ଓ ସବିତା ସ୍ୱାଇଁ ଙ୍କ ଏକମାତ୍ର କନ୍ୟା ଅଟନ୍ତି। ନମ୍ରତା ୨୦୧୭ ମସିହା ରୁ ନିଜର କ୍ରିକେଟ କେରିଅର୍ ଜଗନ୍ନାଥପୁର କ୍ରିକେଟ୍ କ୍ଳବ୍ ରେ ପ୍ରଜ୍ଞା ପାରମିତା ସାମଲଙ୍କ ତତ୍ୱାବଧାନରେ ଓ ମନୋଜ କୁମାର ସାହୁ ଙ୍କ ଅଧିନରେ ନିଜର ଅଭ୍ୟାସ ଜାରି ରଖିଥିଲେ । ପରେ ପରେ ଭଦ୍ରକ ଜିଲ୍ଲା ର କ୍ରିକେଟ କୋଚ ତଥା ଜେସିସି କୋଚ ଅସିତ ଦାସ ଙ୍କ ମାର୍ଗ ଦର୍ଶନ ରେ ଅଭ୍ୟାସ କରୁଅଛନ୍ତି । ଏଥିପାଇଁ ଭଦ୍ରକ ଜିଲ୍ଲା କ୍ରିକେଟ ସଂଘ ର ସଂପାଦକ ଧିରେନ୍ ପଲାଇ,ସଭାପତି ଉପେନ୍ଦ୍ର ବାରିକ୍ ଶୁଭେଚ୍ଛା ଜଣାଇବା ସହିତ କ୍ରିଡା ଶିକ୍ଷକ ରବି ନାରାୟଣ ଓଝା ଓ ଷ୍ଟ୍ରେଙ୍ଗଦେନିଙ୍ଗ୍ କୋଚ୍ ପୂର୍ଣ୍ଣେନ୍ଦୁ ଜେନା , ଅସିତ୍ ଦାସ୍ , କ୍ରିଡ଼ା ଶିକ୍ଷକ ମନୋଜ କୁମାର ସାହୁ , ଦେବବ୍ରତ ଜେନା ,କ୍ଷିତିଶ୍ ମହାନ୍ତି ଓ ଜେ ସି ସି କ୍ଳବ ର ସମସ୍ତ ସଦସ୍ୟ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଚ୍ଚ କୋଟୀର ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭ ମନାସିଛନ୍ତି ।