Odiapua.com

ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ଦାଖଲ ହୋଇଥିବା ୧୪୨ ପ୍ରାର୍ଥୀପତ୍ରରୁ ୩ଟି ନାକଚ

କେନ୍ଦ୍ରାପଡା, ୨୨ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ଉପଲକ୍ଷେ ୩୨ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନଙ୍କ ପକ୍ଷରୁ ମୋଟ ୧୪୨ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ସେଥିମଧ୍ୟରୁ ଆଳି ବ୍ଲକର ୪ଟି ଜୋନରୁ ୧୫ଟି, ଡେରାବିଶ ବ୍ଲକର ୩ଟି ଜୋନରୁ ୧୨ଟି, ଗରଦପୁର ବ୍ଲକର ୩ଟି ଜୋନରୁ୧୫ଟି, ରାଜକନିକା ବ୍ଲକର ୩ଟି ଜୋନରୁ ୧୨ଟି, ମାର୍ଶାଘାଇ ବ୍ଲକର ୩ଟି ଜୋନରୁ ୧୯ଟି, ମହାକାଳପଡା ବ୍ଲକର ୫ଟି ଜୋନରୁ୧୯ଟି, ପଟ୍ଟାମୁଣ୍ଡାଇ ବ୍ଲକର ୪ଟି ଜୋନରୁ ୧୮ଟି, ରାଜନଗର ବ୍ଲକର ୩ଟି ଜୋନରୁ ୧୩ଟି ଓ କେନ୍ଦ୍ରାପଡା ବ୍ଲକର ୪ଟି ଜୋନରୁ ୧୯ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ଆଜି ସେହିସବୁ ପ୍ରାର୍ଥୀପତ୍ର ଗୁଡିକ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ୩ଟି ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୧୩୯ଟି ପ୍ରାର୍ଥୀପତ୍ର କାଏମ ରହିଥିବା ସୂଚନା ମିଳିଛି। ନାକଚ ହୋଇଥିବା ପ୍ରାର୍ଥୀପତ୍ର ମଧ୍ୟରେ ଆଳି ବ୍ଲକର ଗୋଟିଏ, ପଟ୍ଟାମୁଣ୍ଡାଇ ବ୍ଲକର ଗୋଟିଏ ଏବଂ ରାଜନଗର ବ୍ଲକର ଗୋଟିଏ ପ୍ରାର୍ଥୀପତ୍ର ଥିବା ସୂଚନା ମିଳିଛି।