Odiapua.com

ଜିଲ୍ଲା ନ୍ୟାୟାଳୟ ପରିସରରେ ସ୍ୱଚ୍ଛଭାରତ ଦିବସ ପାଳିତ

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଏବଂ ଜିଲ୍ଲା ଦୌରାଜଜ୍‌ଙ୍କ ମିଳିତ ଆନୁକୂଲ୍ୟରେ ଶ୍ରୀ ଆଶିଷ୍ କୁମାର ତ୍ରିପାଠୀ, ଭାରପ୍ରାପ୍ତ ଜିଲ୍ଲା ଏବଂ ଦୈାରାଜଜ୍‌ଙ୍କ ନିର୍ଦ୍ଦେଶରେ ଜିଲ୍ଲା ନ୍ୟାୟାଳୟ ପରିସର ନଳାଙ୍ଗ, ଭଦ୍ରକ ଠାରେ ସ୍ୱଚ୍ଛ ଭାରତ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ନ୍ୟାୟାଳୟର ସମସ୍ତ ବିଚାରପତି ବୃନ୍ଦ ତଥା କର୍ମଚାରୀ ଗଣ ଯୋଗଦେଇଥିଲେ । ଶ୍ରୀ ମୁକ୍ତିରଞ୍ଜନ ଶତପଥୀ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି (ପୋକ୍‌ସୋ), ଭଦ୍ରକ ଏହି ଦିବସ ପାଳନର ଅର୍ଥ ଏବଂ “ସ୍ୱଚ୍ଛତା ହି ସେବା (ଏସ୍‌.ଏଚ୍‌.ଏସ୍‌)” ରେ ଅନ୍ତର୍ଭୁକ୍ତ କ୍ରିୟାକଳାପ ମଧ୍ୟରେ ଖୋଲା ଯାଗାରେ ପାନଛେପ, ଖଙ୍କାର ଆଦି ନପକାଇ ପରିବେଶକୁ ସ୍ୱଚ୍ଛ ତଥା ସୁସ୍ଥ ରଖିବା ପାଇଁ ଆମେ ସମସ୍ତେ ଇଚ୍ଛା ପ୍ରକାଶ କରି କାର୍ଯ୍ୟ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଶ୍ରୀମତୀ ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଭଦ୍ରକ ଏହି ଦିବସ ପାଳିତ ହେବାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସ୍ୱଚ୍ଛତା ହି ସେବା, ଅଳିଆ ଆବର୍ଜ୍ଜନା ମୁକ୍ତ ଭାରତ ତଥା ଏହି ଆବର୍ଜନାରୁ ପୁନଃ ନବୀକରଣ ପ୍ରକ୍ରିୟାରେ କିପରି ଉପଯୋଗୀ ସାମଗ୍ରୀ ତିଆରି ହୋଇପାରିବ ସେସବୁ ବିଷୟରେ ବିଷଦ ଆଲୋଚନା କରିଥିଲେ ।