Odiapua.com

ଜିଲ୍ଲା ଡାକ ବିଭାଗ ମୁଖ୍ୟ ଜମାକାରୀଙ୍କ ଟଙ୍କା ହଡପ କରିବା ନେଇ ଗିରଫ

ବଲାଙ୍ଗୀର ୧୪-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡ଼ାକ ବିଭାଗ ଅଧିକାରୀ ଗତ ୨୦୧୬ ମସିହାରେ ସାଧାରଣଙ୍କ ଜମା ଟଙ୍କା ହିତାଧିକାରୀଙ୍କୁ ନ ଫେରାଇବା ନେଇ ଏକ ମାମଲା ଦାୟର କରାଯାଇଥିଲା। ଉକ୍ତ ଅଭିଯୋଗ କ୍ରମେ କୋର୍ଟକୁ ନେଇ ନ୍ୟାୟାଳୟରୁ ଏକ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିବାରୁ ବଲାଙ୍ଗୀର ଟାଉନ ପୋଲିସ ଉକ୍ତ ଅଧିକାରୀଙ୍କୁ ଗିରଫ କରିଛି। ଅନେକ ସାଧାରଣ ଲୋକ ଡାକ ବିଭାଗ ରେ ବିଭିନ୍ନ ଜମାଖାତା ଖୋଲି ଟଙ୍କା ଜମା କରିଥିବା ବେଳେ ଉକ୍ତ ଜମା ରାଶି ଉଠେଇବା ପାଇଁ ଆବେଦନ, ନିବେଦନ କରୁଥିବା ବେଳେ ନାନା ଆଳରେ ହଇରାଣ, ହରକତ କରିବା ନେଇ ଶେଷରେ ପୋଲିସ ରେ ଏତଲା ଦେଇଥିଲେ। ତେବେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ଉକ୍ତ ଜମା ଟଙ୍କା ସାଧାରଣଙ୍କୁ କିପରି ମିଳିବ ସେ ନେଇ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।