Odiapua.com

ଜିଲ୍ଲା ଘରୋଇ ବସ ସଂଘ ପକ୍ଷରୁ ଗରିବ ଅସହାୟଙ୍କୁ ଶୀତବସ୍ତ୍ର,ଫଳ ସୁଖିଲା ଖାଦ୍ୟ ବଟଂନ

ମାଲକାନଗିରି,୨୭ା୧୧ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ଘରୋଇ ବସ ସଂଘ ପକ୍ଷରୁ ଗରିବ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ,ଶୀତବସ୍ତ୍ର ସହିତ ଫଳ ବଟଂନ କରାଯାଇଛି ।ଆଜି ସକାଳେ ଘରୋଇ ବସ ସଂଘର ସଭାପତି ଭକ୍ତରାଉତ,ସନ୍ତୋଷ ପାଣିଗ୍ରୀ,ଛବି ଦାସ,ଅଶୋକ ରାଉତ,ମଲ୍ଲିକେଶ୍ୱର ଗୁରୁ, କ୍ରିଷ୍ଣା,କୁନୁ,ସୁବାସ, ବସ କଣ୍ଡକ୍ଟ୍ର,ଡ୍ରାଇଭର ପ୍ରମୁଖ ବସ କର୍ମଚାରୀ ମାନେ ସହରର ମଲ୍‌ିକେଶ୍ୱର ମନ୍ଦିର,ଜଗନ୍ନାଥ ମନ୍ଦିର, ତଳସାହି ଶିବମନ୍ଦିର,ତାରୀଣି ମନ୍ଦିର ସହିତ ବିଭିନ୍ନ ମନ୍ଦିର ନିକଟରେ ବସିଥିବା ଗରିବ ଆସହାୟ ମାନଙ୍କୁ କମ୍ବଳ,ଫଳ,ବିସ୍କୁଟ, ପାଉଁରୋଟି ସୁଖିଲା ଖାଦ୍ୟବଟଂନ କରିଛନ୍ତି । ଘରୋଇ ବସ ସଂଘର ଏହି ମହତ କାର୍ଯ୍ୟକୁ ସହର ବାସୀ ପ୍ରଶଂସା କରିଛନ୍ତି