Odiapua.com

ଜିଲ୍ଲା କଂଗ୍ରେସ ଭବନରେ ସ୍ୱାଧୀନତା ଦିବସ ପାଳନ

କେନ୍ଦ୍ରାପଡ଼ା, ୧୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଭାରତବର୍ଷର ୭୬ତମ ସ୍ୱାଧୀନତା ଦିବସ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପାଳିତ ହୋଇଯାଇଛି। ସକାଳେ କଂଗ୍ରେସ ଭବନ ପରିସରରେ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣରେ ସ୍ୱାଧୀନ ଭାରତରେ ଆଜିର ଦିନରେ ବେକାରୀ ବୃଦ୍ଧି, ମହଙ୍ଗାଇ, କୃଷି ଓ କୃଷକମାନଙ୍କ ଜୀବନଧାରାର ଅଧୋଗତି ଓ ସର୍ବୋପରି ସମ୍ବିଧାନକୁ ଅଣଦେଖା ସମ୍ପର୍କରେ ଆଲୋକପାତ କରିଥିଲେ। ଭାରତବର୍ଷର ଯୁବସମାଜ ସ୍ୱାଧୀନତାର ମାନ୍ ବଜାୟ ରଖିବାକୁ ସେ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ଜୟନ୍ତୀ ମହାନ୍ତି, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ପ୍ରଦୀପ ମହାନ୍ତି, ଫକିର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ମୁକ୍ତାର ଖାଁ, ଉମାଶଙ୍କର ଜେନା, ସଞ୍ଜୟ ରାଉତ, କମଳାକାନ୍ତ ବେହେରା, ସୈାମେନ୍ଦ୍ର ପୃଷ୍ଟି, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର, ନାରାୟଣ ପରିଡା, ସର୍ବେଶ୍ୱର ସେଠୀ, ଅନନ୍ତ ସେଠୀ, ଓଁକାର ମହାନ୍ତି, ଧରଣୀଧର ସୁଆର, ବିଧୁଭୂଷଣ ମହାପାତ୍ର, ମାଗୁଣି ଚରଣ ଲେଙ୍କା, ବ୍ଲକ ସଭାପତି ଚିତ୍ରସେନ ପରିଡା, ନଗର ସଭାପତି ରାଜେଶ ମହାନ୍ତି, ବିରଞ୍ଚିନାରାୟଣ ଦାସ, ସୈାରି ପ୍ରସାଦ ଦାସ, ଆଇନଜୀବି ମୁକ୍ତାର ଅଲ୍ଲୀ ପ୍ରମୁଖ ଯୋଗଦେଇଥିଲେ।