Odiapua.com

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଇଫ୍‌ତାର କାର୍ଯ୍ୟକ୍ରମ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ଇଫ୍‌ତାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ନିର୍ବାଚନମଣ୍ଡଳୀ ନେତା ନଳିନୀ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସଂଧ୍ୟ ୬.୧୦ରେ ରୋଜା ଫିଟାଇଥିଲେ । ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଭଦ୍ରକ ଏକ ଭାଇଚାରାର ସହର । କେଉଁ କାଳରୁ ଏଠାରେ ସାମ୍ପ୍ରଦାୟିକ ସଦଭାବ ରହି ଆସିଛି । ଏହାକୁ ଆଗାମୀ ଦିନରେ ମଧ୍ୟ ବଜାୟ ରଖିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେବା ସହ ସାମ୍ପ୍ରଦାୟିକ ବିରୋଧୀ ଶକ୍ତିଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ । ସେହିପରି ନଗର କଂଗ୍ରେସ ସଭାପତି ଅବଦୁଲ ମୋକିତ୍ ଖାନ ନିଜ ବକ୍ତବ୍ୟରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କକୁ ଅଧିକରୁ ଅଧିକ ସୁଦୃଢ଼ କରିବାକୁ ଇଫତାର କାର୍ଯ୍ରକ୍ରମ ଏକ ମାଧ୍ୟମ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତିଙ୍କ ବ୍ୟତୀତ ପ୍ରାକ୍ତନ କାଉନସିଲର ଅଶ୍ରଫ ଅଲ୍ଲୀ ଖାନ, ବରିଷ୍ଠ ନେତା ରାଜନ ଲାହା, ମହମ୍ମଦ ସୈଫ ଅଲ୍ଲୀ, ସେକ ସିରାଜଉଦ୍ଦିନ, ଦେବେନ୍ଦ୍ର ମହାନ୍ତି, ପିତବାସ ଧଳ, ତନଭୀର ଖାନ, ଏନାମୁଲ ହକ୍‌, ଜାହି ଶାହା, ନିଶିକାନ୍ତ ନାୟକ, ସେକ ନୁର ମହମ୍ମଦ, ରଂଜନ ଜେନା, ବିଜୟ ବାରିକ, ଫେଣ୍ଟୁ ଆଲାମ, ଇଲ୍ଲିୟାସ ଅଲ୍ଲୀ ଖାନଙ୍କ ସମେତ ୁଭୟ ସମ୍ପ୍ରଦାୟର ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ ।