ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ସମ୍ପ୍ରତି ଘଡ଼ିସନ୍ଧି ମୂହର୍ତରେ ଗତି କରୁଛି । ଆମ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା କୁ ଖିନ୍ଭିନ୍ କରିବାକୁ ବିଜେପି ଚେଷ୍ଟା କରୁଛି । କଷ୍ଟଉପାର୍ଜିତ ସମ୍ବିଧାନ ଓ ସ୍ୱାଧୀନତା କୁ ଅକ୍ଷୁର୍ଣ ରଖିବା ପ୍ରତ୍ୟେକ ଦେଶବାସୀ ଙ୍କ ମୌଳିକ କର୍ତବ୍ୟ । ଅଗଣିତ ଯୁବବର୍ଗ ମନରେ ଏ ନେଇ କ୍ଷୁବ ମଧ୍ୟ ଜାଗ୍ରତ ହୋଇଛି । ସୁଯୋଗ ମିଳିଲେ ଯୁବବର୍ଗ ଏହି ହୀନ ଚକ୍ରାନ୍ତର ଉଚିତ ଜବାବ ଦେବେ ଓ ବ୍ୟାପକ ଜଣସଚେତନତା ସୃଷ୍ଟି କରିପାରିବେ। ଏଥି ପାଇଁ କଂଗ୍ରେସ ଆଗେଇ ଆସିଛି । ଅନ୍ୟାୟ, ଅନୀତି ବିରୁଦ୍ଧରେ ସ୍ୱର ଉତାଳନ କରି ଦେଶ ମାତୃକା ର ସେବା କରିବାକୁ ଚାହୁଁ ଥିବା ତଥା କଂଗ୍ରେସ ର ନୀତି ଆଦର୍ଶ ଓ କାର୍ଯ୍ୟକ୍ରମ ର ବିଶ୍ୱାସ ରଖୁଥିବା ବନ୍ଧୁ ମାନଙ୍କ ପାଇଁ ବଡ ସୁଯୋଗ ବୋଲି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ନଳିନୀ ମହାନ୍ତି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ନିର୍ଦେଶ କ୍ରମେ ଏଆଇସିସି “ଜାତୀୟ ମେଧା ଅନ୍ୱେଷଣ” କାର୍ଯ୍ୟକ୍ରମ ଜରିଆରେ ଦକ୍ଷ ଓ ପ୍ରତିଭାବାନ ଉପସ୍ଥାପକ,ମୁଖପାତ୍ର, ଗଣମାଧ୍ୟମ ସଂଯୋଜକ ଓ ଗବେଷଣାତ୍ମକ ସଂଯୋଜକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜିଲ୍ଲା ସଭାପତି ଶ୍ରୀମହାନ୍ତି ଗଣମାଧ୍ୟମ କୁ ସୂଚନା ଦେବା ସହ ଚଳିତ ମାସ ୩୦ ତାରିଖ ରବିବାର ସୁଦ୍ଧା ଏହି ଚୟନ ପ୍ରକ୍ରିୟା ଚାଲୁ ରହିବ ବୋଲି ମଧ୍ୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ପୀତବାସ ଧଳଙ୍କ ସମେତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।