Odiapua.com

ଜିଲ୍ଲା କଂଗ୍ରେସର ସାଂଗଠନିକ ବୈଠକ, ବୁଥ୍ ସ୍ତରରୁ ଦଳର ସ୍ଥିତି ସୁଦୃଢ କରିବାକୁ ସଭାପତିଙ୍କ ପରାମର୍ଶ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସାଂଗଠନିକ ବୈଠକ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଟାଉନ କଂଗ୍ରେସର ପୂର୍ବତନ ସଭାପତି ଅବଦୁଲ ମୁକିତ୍ ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ଦାସ ଯୋଗ ଦେଇ ଭଦ୍ରକ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ଏକ ଶକ୍ତିଶାଳୀ ଦଳ ଭାବେ ଗଢି ତୋଳିବାକୁ ବିଧାନସଭା ସ୍ତରୀୟ ନେତୃମଣ୍ଡଳୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବୁଥ୍ ସ୍ତରର ନେତାଙ୍କ ସହିତ ନିର୍ବାଚନମଣ୍ଡଳୀ ନେତାମାନଙ୍କ ଯୋଗାଯୋଗ କରି ଉଭୟଙ୍କ ପରାମର୍ଶ କ୍ରମେ ଦଳକୁ ମଜବୁତ୍ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଦଳ ଆଜି ଯେଉଁ ସ୍ଥିତି ମଧ୍ୟରେ ଗତି କରୁଛି ଏଥିରେ ଉନ୍ନତି ଆଣିବାକୁ ହେଲେ ଦଳର ପ୍ରତ୍ୟେକ କର୍ମୀଙ୍କୁ ସୈନିକ ସଦୃଶ ପରିଶ୍ରମ କରିବାକୁ ପଡ଼ିବ ବୋଲି ମତପୋଷଣ କରିଥିଲେ । ସମସ୍ତ ନିର୍ବାଚନ ମଣ୍ଡଳୀରେ ସାଂଗଠନିକ ବୈଠକମାନ କରାଯାଇ ଏ ନେଇ ବିସ୍ତୃତ ଖସଡା ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ । ଏହି ବୈଠକରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି, ବରିଷ୍ଠ ନେତା ଦିଲିପ ନାକ, ପ୍ରାକ୍ତନ ବ୍ଲକ ସଭାପତି ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ କାଉନସିଲର ଅସରଫ୍ ଅଲ୍ଲୀ ଖାଁ, ରାଜୀବଗାନ୍ଧି ପଞ୍ଚାୟତିରାଜ ଟାଉନ ସଭାପତି ବିଜୟ ବାରିକ, ହରିହର ଯେନା, ଡା. ପ୍ରଫୁଲ୍ଲ ପାଣିଗ୍ରାହୀ, ନୀର ମଳକ, ପୀତବାସ ଧଳ, ଆଶିଷ ମହାନ୍ତି, ପ୍ରକାଶ ଜେନା, ପ୍ରାକ୍ତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା, ରାଜନ ଲାହା, ଲାଲୁ, ଚନ୍ଦ୍ରକାନ୍ତ ମହାପାତ୍ର, ରାମଚନ୍ଦ୍ର ନାୟକ, ଗୋପାଳ ତ୍ରିପାଠୀ, ଅନନ୍ତ ପଣ୍ଡା, ଅବଦୁଲ ସଲାମ ପ୍ରମୁଖ ଯୋଗ ଦେଇଥିଲେ । ଭଦ୍ରକ ବିଧାନସଭାର ୩୬ ପଞ୍ଚାୟତ ଓ ଭଦ୍ରକ ପୌରପାଳିକାର ୩୦ଟି ୱାର୍ଡର ଛାମୁଆ ନେତା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।