Odiapua.com

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ(ଦିଶା)

ନୟାଗଡ଼, ତା- ୦୯-୦୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ଅପରାହ୍ନ ଘ-୦୩.୩୦ମି- ସମୟରେ ଶ୍ରୀ ଭର୍ତ୍ତୃହରି ମହତାବ, ମାନ୍ୟବର ସାଂସଦ କଟକଙ୍କ ଅକ୍ଷତାରେ ଭିଡିଓ କନଫରେସିଂ ମାଧ୍ୟମରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାଂସଦ ଉପସ୍ଥିତ ମାନ୍ୟବର ବିଧାୟକ ରଣପୁର ଶ୍ରୀ ସତ୍ୟନାରାୟଣ ପ୍ରଧାନ, ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି, ଜିଲ୍ଲାପାଳ ଡଃ ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ-ଡି-, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀଙ୍କୁ ସ୍ୱାଗତ ଜଣାଇ ଏହି ବୈଠକର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ପରେ ପରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ସଂପର୍କରେ ଆଲୋଚନା କରାଯାଇ ଖଣ୍ଡପଡ଼ା ଠାରେ ଥିବା ପାନୀୟ ଜଳବେଯାଗାଣ ବ୍ୟବସ୍ଥାର ସୁପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବନ ବିଭାଗର କାର୍ଯ୍ୟକୁ ସମୀକ୍ଷା କରି କୁତୁରୀ ଠାରୁ ମାଳିସାହି ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ସଂପର୍କରେ ଆଲୋଚନା କରିଥିଲେ। ଏ ବର୍ଷର ବୃକ୍ଷ ରୋପଣ ସଂପର୍କରେ ଆଲୋଚନା କରି ରଣପୁର ବ୍ଲକର ବନ୍ଧୁଗୁଡ଼ା ଅଂଚଳରେ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଏମ-ଜି-ଏନ-ଆର-ଇ-ଜି-ଏସ- ଓଂପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହାପରେ ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋକପାତ କରି ଜିଲ୍ଲାରେ ଥିବା ଡାକ୍ତର ଓ କର୍ମଚାରୀଙ୍କ ସଂପର୍କରେ ସମୀକ୍ଷା କରିଥିଲେ। ସେହିପରି ବର୍ତମାନର କୋଭିଡ୍ ସ୍ଥିତି ସଂପର୍କରେ ଆଲୋଚନା କରି ଜିଲ୍ଲାରେ କେତୋଟି କୋଭିଡ୍ କେନ୍ଦ୍ର ହୋଇଛି, ତାହାର ସୁପରିଚାଳନା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। ଜିଲ୍ଲାରୁ କେତେ ପ୍ଲାଜମା ସଂଗ୍ରହ କରାଯାଇଛି ଏବଂ ଜିଲ୍ଲାରେ ଶିଶୁ ଓ ମାତୃଙ୍କ ମୃତ୍ୟୁହାର ସଂପର୍କରେ ସମୀକ୍ଷା କରିଥିଲେ। ଖାଲିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳଙ୍କୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଉଦ୍ୟାନ ବିଭାଗ ଦ୍ୱାରା ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ସେହିପରି ଜିଲ୍ଲାର କୃଷି ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଷୟରେ ପଂଖାନୁପଂଖ ଭାବେ ସମୀକ୍ଷା କରିଥିଲେ। ପରିଶେଷରେ ଜିଲ୍ଲାପାଳ ଡାଃ ପୋମା ଟୁଡୁ ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ, ସମସ୍ତ ନିର୍ବାଚିତ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ବିଭାଗର ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।