Odiapua.com

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ରେଂଜ ଆଇ.ଜି/ଡି.ଆଇ.ଜିଙ୍କ ସହ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

କଟକ, ୨୯/୧୧ (ଓଡ଼ିଆ ପୁଅ):- ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ଅପରାହ୍ନରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲାର ରେଳବାଇ ଆରକ୍ଷୀ ଅଧିକ୍ଷକ, ଡିସିପି ଭୁବନେଶ୍ୱର ଓ ଡିସିପି କଟକଙ୍କ ସମେତ ସମସ୍ତ ରେଞ୍ଜ ଆଇ.ଜି ଓ ଡି.ଆଇ.ଜିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ। କଟକ-ଭୁବନେଶ୍ୱରର ପୋଲିସ କମିଶନର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ରେଳବାଇ, ନିର୍ଦ୍ଦେଶକ, ଏସ୍‌ସିଆର୍‌ବି, ନିର୍ଦ୍ଦେଶକ, ଗୁଇନ୍ଦା ବିଭାଗ, ଆଇ.ଜି(ଅପରେସନ୍‌), ଡି.ଆଇ.ଜି, (ଏସ୍‌.ଆଇ.ଡବ୍ଲ୍ୟୁ), ଡି.ଆଇ.ଜି.(ଗୁଇନ୍ଦା), ଡି.ଆଇ.ଜି. ଏସ୍‌ଟିଏଫ୍‌, ଡି.ଆଇ.ଜି, ଏସ୍‌ସିଆର୍‌ବି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଂଚ ଓ ଆଇ.ଜି କ୍ରାଇମବ୍ରାଂଚ ପ୍ରମୁଖ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ୍‌ଓଶୃଙ୍ଖଳା), ଆଇ.ଜି(ହେଡ୍‌କ୍ୱାଟର୍ସ), ଆଇ.ଜି(ପୋର୍ସନେଲ୍‌) ପ୍ରମୁଖ ପୋଲିସ୍ ମୁଖ୍ୟାକାର୍ଯ୍ୟାଳୟରେ ଉପସ୍ଥିତ ଥିଲେ।

ବୈଠକରେ ନିମ୍ନଲିଖିତ ପ୍ରସଙ୍ଗ ଗୁଡ଼ିକର ସମୀକ୍ଷା କରାଯାଇଥିଲା

ଆସନ୍ତା ବିଧାନସଭା ଅଧିବେଶନର ପ୍ରସ୍ତୁତି।
ମାଲଖାନା ମଡ୍ୟୁଲ୍ ଏବଂ ଏସ୍‌ଆର୍ ମଡ୍ୟୁଲ୍ ଲାଗୁ ସଂକ୍ରାନ୍ତରେ ସମୀକ୍ଷା।
NATGRID ସମ୍ବନ୍ଧରେ ଉପସ୍ଥାପନା।
ସିସିଟିଏନ୍‌ଏସ୍ ମାଧ୍ୟମରେ ଅପରାଧ ସମୀକ୍ଷା।
ସିଭିଲ୍ ପୋଲିସ୍‌ର ସୁଦୃଢୀକରଣ।
ଓଡ଼ିଶା ପୋଲିସ୍‌ର ଫ୍ୟାମିଲି କ୍ୱାର୍ଟର ସମ୍ପର୍କରେ।
କାର୍ଯ୍ୟାଳୟର ଆଦେଶ ମୁତାବକ ଟ୍ରାନ୍ସଫର/ ପଦୋନ୍ନତି ଲାଗୁ ସଂକ୍ରାନ୍ତରେ।
ପୋଲିସ୍ କର୍ମଚାରୀଙ୍କ ଅଭିଯୋଗ ସମ୍ବନ୍ଧରେ।
ମେଡାଲ୍ ଅପ୍‌ଡେଟ୍ ସମ୍ବନ୍ଧରେ।
ପରବର୍ତ୍ତୀ ବରିଷ୍ଠ ପୋଲିସ୍ ଅଫିସର୍ସ ସମ୍ମିଳନୀ ସଂକ୍ରାନ୍ତରେ।
ସହକାରୀ ଡ୍ରାଇଭର୍ ଏବଂ କନଷ୍ଟେବଳ ନିଯୁକ୍ତି।
ଅପରାଧ ସମ୍ପର୍କିତ ସର୍କୁଲାରର ଅପ୍‌ଡେଟ୍।ନାର୍କୋଟିକ୍‌ସ ବିରୋଧରେ କାର୍ଯ୍ୟଶୈଳୀର ସମୀକ୍ଷା।