Odiapua.com

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମ ନିରୋଧ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ବିଶ୍ୱ ଶିଶୁ ଶ୍ରମ ନିରୋଧ ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ଜିଲ୍ଲାଆଇନ୍ ସେବା ପ୍ରାଧିକରଣ ଭାରପ୍ରାପ୍ତ ସଚିବ ଶ୍ରୀମତୀ ପ୍ରଣତୀ ପଟେଲ ଏହାକୁ ପରିଚାଳନା କରିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଲା ଜଜ୍ କୋର୍ଟର ସମସ୍ତ ବିଚାରପତି ଆଇନ୍‌ଜୀବୀ ତଥା ଆଇନ୍ ସେବା ପ୍ରାଧିକରଣ ପିଏଲଭି ପ୍ୟାନେଲ୍ ଓକିଲମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହାପରେ ଜିଲ୍ଲା କୋର୍ଟ ନଳାଙ୍ଗ, ଭଦ୍ରକ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ସଂକ୍ରାନ୍ତିୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଶିଶୁ ଯତ୍ନ, ସୁରକ୍ଷା ଏବଂ ଶିଶୁ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ (ଫେଲୋସିପ୍‌) ସି..ସି.ୟୁ.ର ପିଲାମାନଙ୍କ ଅଭିନୀତ ଶିଶୁ ସୁରକ୍ଷା ସଂପର୍କିତ ବିଷୟ ବସ୍ତୁଟି ସମସ୍ତଙ୍କୁ ବେଶ୍ ଆଦୃତ କରିଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକ କୋର୍ଟର ସମସ୍ତ ବିଚାରପତି ବୃନ୍ଦ, ଭଦ୍ରକ ଓକିଲସଂଘର ସଭାପତି ତଥା ବରିଷ୍ଠ ଅଧିବକ୍ତା ଶ୍ରୀ ନିରାକାର ଜେନା ମହୋଦୟ, ଫେଲୋସିପ୍‌ର ନିର୍ଦ୍ଦେଶକ ଶ୍ରୀ ଲଲାଟେନ୍ଦୁ ମହାନ୍ତି, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଡ. ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ଅବିନାଶ ମହାନ୍ତି, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ଜେନା ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପ୍ୟାନେଲ ଓକିଲ ଶ୍ରୀ ତାପସ୍ କୁମାର ମହାନ୍ତି, ଶ୍ରୀ କାହ୍ନୁଚରଣ ବାରିକ୍‌, ପି.ଏଲ.ଭି. ତଥା ଆଇନ୍‌ଜୀବୀ ପ୍ରମଖୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମକର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରାଇଥିଲେ । ପରିଶେଷରେ ପ୍ୟାନେଲ୍ ଓକିଲ ଶ୍ରୀ ରାଜୀବ କୁମାର ବାରିକ୍ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତି ବିଶେଷ ତଥା ଯୋଗଦେଇଥିବା ସମସ୍ତ ଶ୍ରୋତା ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।