Odiapua.com

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର, ନିଶୁଳ୍କ ଆଇନ ସେବା ସମସ୍ତଙ୍କ ପାଇଁ- ଜିଲ୍ଲା ଜଜ୍

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ବିଧାନର ଧାରା ୩୯-(କ)କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୯୮୭ ମସିହାରେ “ଆଇନ ସେବା ପ୍ରାଧିକରଣ ଅଧିନିୟକ” ନାମକ ଏକ ଆଇନ ପ୍ରଚଳନ କରିଛନ୍ତି । ଏହା ୧୯୯୫ରୁ କାର୍ଯ୍ୟକ୍ଷମ ହୋଇ ଜାତୀୟସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ବଳବତ୍ତର ରହିଛି । ଜିଲ୍ଲାସ୍ତରରେ ଆଇନ ସେବା ଯୋଗାଇଦେବା ନିମନ୍ତେ କେତେକ ବର୍ଗର ବ୍ୟକ୍ତିବିଶେଷଙ୍କୁ ନିଶୂଳ୍କ ଆଇନ ସେବା ଯୋଗାଇ ଦେବାର ବ୍ୟବସ୍ଥା କରଯାଇଥିଲା । ଯାହାର ବହୁ ସୁଫଳ ବିଭିନ୍ନ ନ୍ୟାୟିକ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବ୍ୟକ୍ତିବିଶେଷ ପାଇବାରେ ସକ୍ଷମ ହୋଇଛନ୍ତି । ତଫସିଲଭୂକ୍ତ ଜାତି ଉପଜାତି, ଭିକ୍ଷୁକ, ମହିଳା, ଶିଶୂୁ, ପ୍ରାକୃତିକ ବିପର୍ଯ୍ୟୟ ପିଡ଼ିତ ଓ ଦଙ୍ଗା ପିଡ଼ିତ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, ହାଜତରେ ଥିବା କିମ୍ବା ବିଚାରାଧିନ ବନ୍ଦି, ବରିଷ୍ଠ ନାଗରିକ, ତୃତୀୟ ଲିଙ୍ଗ, ଏଚଆଇଭି ପିଡ଼ିତ ଏବଂ ସର୍ବୋପରି ଯେଉଁ ପରିବାରର ଆୟ ବାର୍ଷିକ ୨ ଲକ୍ଷ ଟଙ୍କାରୁ କମ୍ ଥିବ, ସେମାନେ ଏହି ସେବାର ସୁଯୋଗ ବିନା ଶୁଳ୍କରେ ନେଇ ପାରିବେ । ଏପରି ଲକ୍ଷ୍ୟ ନେଇ ଆଇନ ସେବା ପ୍ରାଧିକରଣ କାର୍ଯ୍ୟ କରି ଚାଲିଛି । ଏହି ମର୍ମରେ ପ୍ରାଧିକରଣ ପକ୍ଷରୁ ଆଜି ଗେଲଟୁଆ ପଞ୍ଚାୟତ ଠାରେ ଏକ ସଚେତନତା ଶିବିର ପ୍ରାଧିକରଣର ସଂପାଦିକା ସମାପିକା ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଜିଲ୍ଲା ଜଜ୍ ତଥା ପ୍ରାଧିକରଣର ଚେଆରପର୍ସନ ଶିଶିର କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନ୍ୟାୟରୁ ବଞ୍ଚିତ ହେଉଛନ୍ତି ବୋଲି ଅନୁଭବ କରୁଥିବା ପ୍ରତ୍ୟେକ ବ୍ୟକ୍ତି ପ୍ରାଧିକାରଣର ନିଶୁଳ୍କ ସାହାର୍ଯ୍ୟ ନେବାକୁ ଆହ୍ୱାନ ଦେଇଥିଲେ । ଏହା ବ୍ୟତୀତ ଏଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ମତପୋଷଣ କରିଥିଲେ । ଏହିକ୍ରମରେ ରବିବାର ଆଇନ ସେବା ପ୍ରାଧିକରଣର ଅଧିକୃତ ଆଇନଜୀବୀ ଦୀପକ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ସରୋଜ କୁମାର ଦାସ, ଭଦ୍ରକ ବାର ଆସୋସିଏସନର ସଂପାଦକ ଜିତେନ୍ଦ୍ର ପଣ୍ଡା, ବିଭାଗୀୟ କାର୍ଯ୍ୟାଳୟର ସାନା କାଦ୍ରୀ, ସରୋଜ ସେଠୀ, ଗେଲଟୁଆ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚାରୁଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ôତଲେ । ଏହାବ୍ୟତୀତ ସଂପୃକ୍ତ ଅଞ୍ଚଳର ଶତାଧିକ ବ୍ୟକ୍ତିବିଶେଷ, ଅଙ୍ଗନୱାଡ଼ି, ଆଶା କର୍ମୀ ଉପସ୍ଥିତ ଥିଲେ । ଅନୁରୂପ ଶନିବାର ଭଦ୍ରକ ବ୍ଲକ ଓଲଙ୍ଗ ପଞ୍ଚାୟତରେ ମଧ୍ୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଦେବୀଦତ୍ତା ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ଅକ୍ଷୟ କୁମାର ମହାନ୍ତିଙ୍କ ସମେତ ଜଣାଶୁଣା ଆଇନଜୀବୀ ଡ. ତାପସ କୁମାର ମହାନ୍ତି ଉପସ୍ଥିତ ରହି ଆଇନ ସେବା ପ୍ରାଧିକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହିି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର, ଆଶା କର୍ମୀଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।