Odiapua.com

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ।

ବଲାଙ୍ଗୀର ୨୯-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକାରଣ ତରଫରୁ ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରାଯାଇଛି। ପ୍ରକାଶ ଯେ ଦିନକୁ ଦିନ ବୃକ୍ଷ କ୍ଷୟ ହେବା ଓ ପରିବେଶ ପ୍ରଦୂଷଣ ବୃଦ୍ଧି ସହ ଜନସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଏହି ସମସ୍ୟା ବୃଦ୍ଧି ଏକ ଚିନ୍ତା ର କାରଣ। ଏଥିପାଇଁ ସ୍ୱତନ୍ତ୍ର ରୂପେ ଏହି ଜିଲ୍ଲା ରେ ବୃକ୍ଷ ରୋପଣ ର ଆବଶ୍ୟକତା ନେଇ ବିଭିନ୍ନ ସଂଗଠନ କୁ ଏକଜୁଟ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ କ୍ରମାଗତ ଭାବେ ଲାଗି ରହିବ ବୋଲି ପ୍ରକାଶ ପାଇଛି।ତେବେ ଏହି କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବା ସହ ବିଭିନ୍ନ ଅନୁଷ୍ଠାନ ସହ ସ୍କୁଲ, କଲେଜ ଛାତ୍ର, ଛାତ୍ରୀ ଙ୍କୁ ଓ ସାମାଜିକ ସଂଗଠନ ଓ ସ୍ବେଚ୍ଛାସେବୀ କର୍ମୀ ଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି।ଏହି ଉଦ୍ୟମ କୁ ବେଶ ପ୍ରଶଂସା କରାଯାଇଛି।