Odiapua.com

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ କିନ୍ନର ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚରମ୍ପା ରେଲୱେ କଲୋନି ସ୍ଥିତ ଗୋପବନ୍ଧୁପୁର ଉଚ୍ଚ ବିଦ୍ୟାଳୟରେ କିନ୍ନର ମାନଙ୍କ ଅଧିକାର ସମ୍ବନ୍ଧିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଝରଣା ପଟ୍ଟନାୟକ, ସଭାପତି, ଫେଲୋସିପ୍‌, ଭଦ୍ରକ, ଏସ୍‌.ଏମ୍‌. ଫାରୁକ, ସଂମ୍ପାଦକ, ଫେଲୋସିପ, ଭଦ୍ରକ, ନିରାକାର ଜେନା, ସଭାପତି, ଭଦ୍ରକ ବାର ଆସୋସିଏସନ ଭଦ୍ରକ, ବିଶ୍ୱଭୂଷଣ ପଟ୍ଟନାୟକ, ସହାୟକ ନିର୍ଦ୍ଦେଶକ, ସାଜୀ, ସାବିତ୍ରୀ ବିଶ୍ୱାଳ, ଟି.ଆଇ. ପରିକଳ୍ପନା ପରିଚାଳକ, ଫେଲୋସିପ୍‌, ଭଦ୍ରକ ସୌମ୍ୟା ଦାସ୍‌, ସଂପ୍ରଦାୟ ନିର୍ବାହୀ, କିନ୍ନର, ଭଦ୍ରକ ଶରତ ଚନ୍ଦ୍ର ଜେନା, ପ୍ରଧାନ ଶିକ୍ଷକ, ଗୋପବନ୍ଧୁପୁର ଉଚ୍ଚ ବିଦ୍ୟାଳୟ, ଚରମ୍ପା, ଭଦ୍ରକ ଏବଂ ଉପସ୍ଥିତ ଥିବା କିନ୍ନର ସଂପ୍ରଦାୟ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଆସିବାକୁ ଆହ୍ୱାନ ତଥା ସେମାନଙ୍କ ଅଧିକାର ସମ୍ପର୍କିତ ଆଇନ୍ ବିଷୟରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା ।