Odiapua.com

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ପକ୍ଷରୁ କାଦବରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଜୀବିକା ତାଲିମ୍ କେନ୍ଦ୍ର ଠାରେ ଜାତୀୟ ଆଇନ୍ ସେବା ଦିବସ ପାଳିତ ହୋଇଯାଇଅଛି । ପ୍ରତ୍ୟେଙ୍କୁ ମାଗଣା ଆଇନସେବା ସହାୟତା ମିଳିପାରିବ ବୋଲି ଏହି ଦିବସ ମାଧ୍ୟମରେ ବିଶେଷତଃ ଦଳିତ, ମହିଳା, ଭିନ୍ନକ୍ଷମ ଓ ସଂଖ୍ୟାଲଘୁ ସଂପ୍ରଦାୟ ପରି ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଖରେ ଆଇନ୍ ସଚେତନତା ସୃଷ୍ଟି କରାଯାଇଥାଏ । ୧୯୮୭ ମସିହା ନଭେମ୍ବର ୯ ତାରିଖରେ ଆଇନ୍ ସେବା ପ୍ରାଧିକରଣ ଆଇନ୍ ଗୃହିତ ହୋଇଥିଲା । ଏହି ସଚେତନତା ଶିବିରକୁ ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ପରିଚାଳନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଶତାଧିକ ମହିଳା ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇ ସେମାନଙ୍କ ମଧ୍ୟରେ ଆଇନ୍ ସେବା ଦିବସର ମହତ୍ତ୍ୱକୁ ଉଜ୍ଜୀବିତ କରାଯାଇଥିଲା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ଶିବିରରେ ଗୋପାଳ ଚନ୍ଦ୍ର ଦାସ, ପି.ଏଲ.ଏ. (ପିୟୁସ) ସଦସ୍ୟ, ଡଃ. ତାପସ କୁମାର ମହାନ୍ତି, ରାଜିବ୍ କୁମାର ବାରିକ୍‌, ଦୀପକ୍ କୁମାର ସାହୁ ପ୍ୟାନେଲ୍ ଓକିଲ ପ୍ରମୁଖ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ବୁଝାଇଥିଲେ ଏବଂ କମଳା ମିଶ୍ର, ପି.ଏଲ.ଭି. ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ମହିଳା ମାନଙ୍କ ପାଇଁ ଥିବା ଆଇନ୍ ତଥା ମାଗଣା ଆଇନ୍ ସେବା ସମ୍ପର୍କରେ ଅବଗତ କରାଯାଇଥିଲେ ।